Home ଓଡ଼ିଶା ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀରେ ବାଲିଗୁଡାର ବୁଲୁ ଭାଇ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ନବୀନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ଵ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ଜୟଦେବ ଭବନଠାରେ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍ଯାପିତ ହୋଇ ଯାଇଛି । ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗଦେଇ ଚିରାଚରିତ ଫଟୋ ଛଡ଼ା କିଛି ଭିନ୍ନ ତଥା ସମାଜର ଉନ୍ନତି ଓ ସଂସ୍କାର ଆଣି ପାରୁଥିବା ଫଟୋ ଉଠାଇବା ଦିଗରେ ଯତ୍ନବାନ ହେବାକୁ ଫଟୋଗ୍ରାଫରଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ସମାଜସେବୀ ରୁଦ୍ର ନାରାୟଣ ସାମାନ୍ତରାୟ, ସମାଜସେବୀ ଚିନ୍ମୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଫଟୋଗ୍ରାଫରଙ୍କ ସମାଜ ପରିବର୍ତ୍ତନରେ ଏହି ଦିବସ ଅନ୍ତରେ ଅବଦାନ ସମ୍ପର୍କରେ ସମସ୍ତେ ଆଲୋକପାତ କରିବା ସହ ଏଭଳି ପ୍ରଦର୍ଶନୀକୁ ବ୍ୟାପକ କରିବାକୁ କହିଥିଲେ। ପ୍ରଦର୍ଶନୀରେ ଓଡିଶା ର ବିଭିନ୍ନ କୋଣ ଅନୁକୋଣରୁ ବହୁ ଫଟୋଗ୍ରାଫର ଯୋଗ ଦେଇ ନିଜେ ଉଠାଇଥିବା ଫୋଟୋ ଗୁଡିକୁ ପ୍ରଦର୍ଶନ କରିଥିଲେ l ସେଥି ମଧ୍ୟରୁ ୩ ଜଣଙ୍କୁ ଶ୍ରେଷ୍ଠ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିବା ବେଳେ ୫ଜଣ ଯୁବ ଫଟୋଗ୍ରାଫରଙ୍କୁ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା l ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲାରୁ ଏକମାତ୍ର ବାଲିଗୁଡା ଅଞ୍ଚଳର ସୁରେନ୍ଦ୍ର କୁମାର ସେଠୀ (ବୁଲୁ ଭାଇ) ୫ଟି ଫୋଟୋ ପ୍ରଦାନ କରିଥିବା ବେଳେ ୪ଟି ଫୋଟୋ ପ୍ରଦର୍ଶନୀରେ ସ୍ଥାନିତ ପାଇ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିନୋଦ ବିହାରୀ ବେହେରା ସଞ୍ଚାଳନ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ ଧନ୍ୟବାଦ ଦେଇଥିଲେ। ବୁଲୁ ଭାଇ ଜଣେ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ ହୋଇଥିବାରୁ କନ୍ଧମାଳ ଜିଲ୍ଲାର ଗର୍ବ ଓ ଗୌରବ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 1, 2026 ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେଜିଲ୍ଲପାଳ ଙ୍କୁ ୧୨ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ by Proprietor Abhimanyu Maharana October 1, 2026 ଗୁମ୍ମା ବ୍ଲକ ସେରଙ୍ଗ ଗ୍ରାମରେ ଫୁଡ୍ ସେଫ୍ଟି ବିଭାଗ ର ଚଢ଼ାଉହୋଟେଲ ଓ ବିଭିନ୍ନ ଦୋକାନରୁ ଖାଦ୍ୟ ନମୁନା ସଂଗ୍ରହ, ମାନ ପରୀକ୍ଷଣ ପାଇଁ ପଠାଯିବ by Proprietor Abhimanyu Maharana October 1, 2026 ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ by Proprietor Abhimanyu Maharana October 1, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣାରେ ୧୨ ଗିରଫ by Proprietor Abhimanyu Maharana October 1, 2026 ଗଜପତି : ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଥିବା ଏ ସି. ଏଫ.ଓ ସୌମ୍ୟ ମୃତ୍ୟୁ ମାମଲାରେ ରୋଷେୟା ଗିରଫ by Proprietor Abhimanyu Maharana October 1, 2026