ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନୟାଗଡ଼ ଜୱହାର ନବୋଦୟ ବିଦ୍ୟାଳୟ ପରିଦର୍ଶନ 

୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :->  ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଜୱହାର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ନିଜସ୍ବ ବ୍ୟାଣ୍ଡ ସହିତ ସଚିବ ଏବଂ ସବଜଜ ଶ୍ରୀ ସତ୍ୟବ୍ରତ ରଣାଙ୍କୁ ସ୍ବାଗତ କରିବା ସହିତ, ଉଭୟ ଚାରାରୋପଣ କରି ସବୁଜତାର ବାର୍ତ୍ତା ପ୍ରଦାନ କରିଥିଲେ ।

ଜାତୀୟ ସଙ୍ଗୀତ ଗାନ ସହିତ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ କୁମାର ଦାସ ସ୍ବାଗତ ପ୍ରଦାନ କରିଥିଲେ । ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ବିଦ୍ୟାଳୟ ସ୍ତରରେ ମୌଳିକ ଆଇନ ଜ୍ଞାନର ଆବଶ୍ୟକତା, ପରିଚ୍ଛନତା, ଶୃଙ୍ଖଳା, ସହଯୋଗ ଏବଂ ଆତ୍ମସମ୍ମାନ ସହକାରେ ଜ୍ଞାନ ଆହରଣ ଉପକାରିତା ବୁଝାଇଥିଲେ । ସବଜଜ ଶ୍ରୀ ସତ୍ୟବ୍ରତ ରଣା ଶିକ୍ଷା ଗ୍ରହଣ ପାଇଁ ବିଭିନ୍ନ ସୁବିଧା ଓ ସୁଯୋଗର ଉପଯୋଗପାଇଁ ପରାମର୍ଶ ଦେଇଥିଲେ । ବରିଷ୍ଠ ଆଇନଜୀବି ଶ୍ରୀ ଦଣ୍ଡପାଣି ସ୍ୱାଇଁ ଏବଂ ସଦସ୍ୟ ମହମ୍ମଦ ଓମାର ମାଲିକ ଜାତୀୟତା,

ଦେଶ ପ୍ରେମ ଏବଂ ସଂହିତି  ଉପରେ ବକ୍ତବ୍ୟ ରଖିଥିଲେ ।ବରିଷ୍ଠ ଆଇନଜିବୀ ଶ୍ରୀ ରମେଶ ଚନ୍ଦ୍ର ମହାରଣା ,ଓଡ଼ିଶାର ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ଓ ଆଇନ ସେବା ପ୍ରାଧିକରଣ ଅଧିନିୟମ ଉପରେ ଆଲୋକପାତ କରିଥିଲେ । ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ସମ୍ବିଧାନର ରକ୍ଷା ଏବଂ ଜନସାଧାରଣଙ୍କ ଆଇନଗତ ଅଧିକାର ପ୍ରାଧିକରଣ କର୍ତ୍ତବ୍ୟ ବୋଲି ଦର୍ଶାଇଥିଲେ ।

ଆଇନଜୀବୀ ଶ୍ରୀ କାମାକ୍ଷା ପ୍ରସାଦ ଦାଶ, ମନସ୍ତତ୍ଵ ଅଧ୍ୟାପିକା ଶ୍ରୀମତୀ ଲିପାଞ୍ଜଳୀ ଉପାଧ୍ୟାୟ ଏବଂ ଜିଲ୍ଲା ସଂଯୋଜିକା ସୂଚିସ୍ମିତା ପ୍ରିୟଦର୍ଶିନୀ ବାଳିକା ସୁରକ୍ଷା ଏବଂ ଶିକ୍ଷା ପ୍ରତି ଆଗ୍ରହ ବୁଝାଇଥିଲେ ।  ଛାତ୍ର ଓମ ପ୍ରକାଶ ସାହୁ, ଶ୍ରଧେୟ ଚନ୍ଦ୍ର ଦଳେଇ ଏବଂ ଛାତ୍ରୀ ଅଳିସା ସିଂ, ରାଜିକା ସାହୁ ଆଲୋଚନା ଚକ୍ରର ଭାବାର୍ଥ ପ୍ରକାଶ କରିଥିଲେ । ଅଧ୍ୟାପିକା ପୁନମ ଗାଲେ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଡ଼ଃ ଦେବେନ୍ଦ୍ର କୁମାର ମିଶ୍ର, ଡ଼ଃ ସୁଜିତ କୁମାର ମିଶ୍ର, ଶ୍ରୀ ହରପ୍ରସାଦ ଓ ରଞ୍ଜିତ କୁମାର ମିଶ୍ର କାର୍ଯ୍ୟକ୍ରମ ରୂପାୟନରେ ସହଯୋଗ କରିଥିଲେ । ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version