୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଉଚ୍ଚଶିକ୍ଷା ପରବର୍ତ୍ତୀ କର୍ମକ୍ଷେତ୍ରରେ ଆତ୍ମନିଯୁକ୍ତି ତଥା ଦକ୍ଷତା ପ୍ରତିପାଦନ ଉପରେ ଗୁରୁତ୍ବାରୋପ କରାଯିବା ଉଦ୍ଦେଶ୍ୟ ନେଇ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ନୟାଗଡ଼ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରୀ ଶ୍ରୀଯୁକ୍ତ ରାହୁଲ୍ ଜୈନ୍ ମହାଶୟ ଯୋଗଦାନ କରି କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଉପାୟ ସହ ଛାତ୍ରଛାତ୍ରୀମାନେ କିପରି ଜୀବନର ସଂଘର୍ଷ କ୍ଷେତ୍ରରେ ଆଗେଇ ନିଜକୁ ପ୍ରତିଷ୍ଠିତ କରିପାରିବେ ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ l
