ସଉରା ଉନ୍ନୟନ ସଂସ୍ଥା ଚନ୍ଦ୍ରଗିରି ତରଫରୁ ପିଏମ୍ ଜନ ମନ ଯୋଜନା କାର୍ଯ୍ୟକ୍ରମ

୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ପଂଚାୟତ ଅନ୍ତର୍ଗତ ବାଉଁସୁରୀ ଗ୍ରାମରେ ପ୍ରଧାନମନ୍ତ୍ରୀ-ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ବିଷୟ ରେ ଦ୍ୱିତୀୟ ପର୍ଯ୍ୟୟ ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ ଅନୁଷ୍ଠିତ ହୋଇଥିଲା I ଆଗାମୀ ଦିନ ରେ ଏହି କାର୍ଯ୍ୟକ୍ରମ ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି ଅଧୀନ ରେ ଥିବା ସମସ୍ତ ୧୨୮ ଗୋଟି PVTG ଗ୍ରାମ ଗୁଡିକ ରେ ଅନୁଷ୍ଠିତ ହେବ I

 

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଶୋଇ ମାନ୍ୟବର ମୋହନା ବିଧାୟକଙ୍କ ପ୍ରତିନିଧି , ମାନ୍ୟବର ଚନ୍ଦ୍ରଗିରି ସରପଂଚ ରଜନୀ କାନ୍ତ ପ୍ରଧାନ ଓ ମାନ୍ୟବର ସମିତିସସଭ୍ୟା ଉପସ୍ଥିତ ରହି ଗ୍ରାମବାସୀ ଙ୍କୁ କାର୍ଯ୍ୟକ୍ରମ ବିଷୟ ରେ ବୁଝାଇଥିଲେ I

ଶ୍ରୀ ବନମାଳୀ ଭୂୟାଁ, ସ୍ୱତନ୍ତ୍ର ଅଧିକାରୀ, ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ସଉରା ଉନ୍ନୟନ ସଂସ୍ଥା, ଚନ୍ଦ୍ରଗିରି, ଶ୍ରୀଧର କୁମାର ସାହୁ ପ୍ରକଳ୍ପ ପରିଚାଳକ OPELIP ଓ ସମସ୍ତ OPELIP କର୍ମଚାରୀ ସହଯୋଗ କରିଥିଲେ I

Exit mobile version