୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନରେ ଥିବା ସାମାଜିକ ଅନୁଷ୍ଠାନ ଶୋଭା ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷା ଋତୁରେ ବ୍ୟାପକ ତାଳମଞ୍ଜି ରୋପଣ କରାଯାଇଛି । ଜୈବ ବିବିଧତା, ଜୀବନ ଜୀବିକା ଓ ପରିବେଶ ସୁରକ୍ଷାର ଲକ୍ଷ ନେଇ ବିଗତ ୫ବର୍ଷ ଧରି ଶୋଭା ଫାଉଣ୍ଡେସନ ଅଧକ୍ଷ ତଥା ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ପରିବେଶପ୍ରେମି ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ତାଳ ମଞ୍ଜି ସଂଗ୍ରହ କରାଯାଇ ରୋପଣ କରାଯାଉଛି l

