୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ତତ୍କାଳୀନ ସରକାର ଙ୍କ ସମୟରୁ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଯୁବ ସମାଜ କୁ କ୍ରୀଡା କ୍ଷେତ୍ରରେ ସୁସଂଗଠିତ କରିବା ପାଇଁ ପ୍ରତି ପଞ୍ଚାୟତ ରେ ଏକ ମିନି ଷ୍ଟାଡିଅମ ନିର୍ମାଣ ପାଇଁ ବ୍ୟୟ ବରାଦ କରିଥିଲେ l କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଲା ପୁରୀ ଜିଲ୍ଲାର ବହୁ ପୁରାତନ ବିଦ୍ୟାଳୟ ଟି ହେଉଛି ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲ l ଏଠାରେ ଦୁଇ ବର୍ଷ ପୂର୍ବରୁ 20 ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିବା ସତ୍ତ୍ୱେ ଖେଳ ପଡିଆ ର ଚାରିପଟେ ପାଚେରୀ ନିର୍ମାଣ ହୋଇପାରିଲା ନାହିଁ l ତାପରେ ପୁନଃ ଉକ୍ତ ଖେଳ ପଡିଆ ର ଉର୍ନ୍ନତିକାରଣ ନିମନ୍ତେ 20 ଲକ୍ଷ ଟଙ୍କା ର ବ୍ୟୟ ବରଦା ହୋଇଥିଲେ ହିଁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ l ଗତ ଦୁଇଦିନ ହେଵ ପୁରୀ ଜିଲ୍ଲାର କ୍ରୀଡା ବିଭାଗୀୟ ଅଧିକାରୀ ଆସି ପଡିଆ ର ରୂପରେଖା କିପରି ରହିଛି ତାହା ଅନୁଧ୍ୟାନ କରୁଥିବା ସମୟରେ ଆମ ପ୍ରତିନିଧି ଙ୍କ ସହିତ ଦେଖା ହୋଇଥିଲା l ଆଉ ଏ ସମ୍ପର୍କ ରେ କୌଣସି ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଥିଲେ l
ଏଥିରୁ ସ୍ପଷ୍ଟ ବାରି ହେଉଛି ଏହା କେତେଦୂର ମିନି ଷ୍ଟାଡିଅମ ହୋଇପାରିବ ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲ l ପୂର୍ବରୁ 20 ଲକ୍ଷ ଟଙ୍କା ବ୍ୟୟ ବରଦା ସତ୍ତ୍ୱେ ପାଚେରୀ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ l ଏବେ ଗଛିତ ଥିବା 20 ଲକ୍ଷ ଟଙ୍କାରେ କିପରି ମିନି ଷ୍ଟାଡିଅମ ହେଵ ତାହା ସାଧାରଣ ରେ ଚର୍ଚ୍ଚା ହେଉଛି l କାରଣ ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲ ର ଖେଳ ପଡିଆ ଟି ହେଉଛି ଗୋପ ଅଞ୍ଚଳ ର ବିଶିଷ୍ଟ ରାଜପୁତ ଙ୍କ ଦାନ ସରୂପ ଅଟେ l ଏହାର ଚତୃପାର୍ଶ୍ୱ ରୁ କିଛି ଅଂଶ ବିଭିର୍ନ୍ନ ବ୍ୟକ୍ତି ବିଶେଷ ମାନେ ନିଜ ଅକ୍ତିୟାର କୁ ନେବା ଫଳରେ ବର୍ତମାନ ପଡିଆ ଟି ସଙ୍କୋଚିତ ହୋଇଗଲାଣି l ଏଣୁ ପରାମ୍ବିକ ପର୍ଯ୍ୟାୟରେ ପୂର୍ବରୁ ଦାନ କରାଯାଇଥିବା ଖେଳ ପଡିଆ କେତେ ଏକର ଓ କେତେ ଡ଼ିସିମିଲ ତାହା ସ୍ପଷ୍ଟ କରାଯାଉ ମାପଜୁପ ଦ୍ଵାରା l
