Home ଓଡ଼ିଶା ଛତିଆବଟରେ ଲାଗିଲା ରକ୍ତ ଛିଟା : ବଟ କର୍ମଚାରୀଙ୍କ ସଂଗବଦ୍ଧ ଆକ୍ରମଣରେ ଫାଟିଲା ଭକ୍ତଙ୍କ ମୁଣ୍ଡ – ମନ୍ଦିର କର୍ମଚାରୀଙ୍କ ମାଡରେ ଲହୁଲୁହାଣ ହେଲେ ୨ ଭକ୍ତ. by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଛତିଆ :-> ଦୀର୍ଘ ବର୍ଷ ପରେ ଛତିଆ ବଟରେ ପୁଣି ଦେଖିବାକୁ ମିଳିଛି ଆତ୍ମଘୋଷିତ ମଣିମା ଓ ତାଙ୍କ କର୍ମଚାରୀଙ୍କ ଦୌରାତ୍ମ୍ଯ. ଛତିଆ ବଟକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବର୍ଷର ଅନେକ ସମୟରେ କେତେବେଳେ ମାଡ ମାରୁଥିବା, ଅଶ୍ଲୀଳ ଗାଳିଗୁଲଜ ଦେଉଥିବା ଭଳି ଅଭିଯୋଗ ହୋଇ ଆସୁଛି. ଆଉ ମାମଲା ପୋଲିସ ପାଖରେ ପହଞ୍ଚିବା ପରେ ଏବଂ ପୂର୍ବରୁ ଏସବୁର ସମାଧାନ ହେଇଯାଏ. ପ୍ରଛଦପଟରେ ରହିଥିବା ସଂପୃକ୍ତ ମହନ୍ତଙ୍କୁ ତୁରନ୍ତ ସହଯୋଗର ହାତ ବଢେଇଥାଆନ୍ତି ଅର୍ଥ ନେଇ ମଧ୍ୟସ୍ଥି କରୁଥିବା ତଥାକଥିତ ଶ୍ରଦ୍ଧାଳୁ. ଏ ସମସ୍ତ ଘଟଣା ରାଜ୍ୟ ଓ ରାଜ୍ୟ ବାହାରେ ଛତିଆ ବଟକୁ ନିନ୍ଦିତ କରୁଥିବା ବେଳେ ଗୁରୁବାର ସଂଧ୍ୟାରେ ଘଟିଥିବା ଘଟଣା ସମଗ୍ର ଭକ୍ତଙ୍କୁ ବ୍ୟଥିତ କରିଛି. ଗତକିଲି ସନ୍ଧ୍ୟାରେ ଭୁବନେଶ୍ବର ପାତ୍ରପଡା ଅଞ୍ଚଳର ଅଜୟ କୁମାର ଦାସ, ରାଜେଶ ଦାସ ଛତିଆ ବଟ ବୁଲିବାକୁ ଆସିଥିବା ବେଳେ ସେଠାରେ ଉପସ୍ଥିତ କର୍ମଚାରୀ ବଙ୍ଗଳା ଭାଷାରେ କଥା ହୋଇଥିଲେ. ମାତ୍ର ଏମାନେ ଯେତେବେଳେ ଓଡିଆ ଭାଷାରେ କଥା ହୋଇଥିଲେ ସଂପୃକ୍ତ ବଟ କର୍ମଚାରୀ ତାଙ୍କୁ କିଛି ଗାଳିଗୁଲଜ କରିଥିଲେ. ଯାହାର ପ୍ରତିବାଦ କରିବାରୁ ବଟ କର୍ମଚାରୀମାନେ ସଂଗବଦ୍ଧ ହୋଇ ଆକ୍ରମଣ କରିଥିଲେ. ଏପରିକି ୨ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟି ଯାଇଥିଲା. ଏହା ପରେ ଗୁରୁତର ଦୁଇ ଶ୍ରଦ୍ଧାଳୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଟ ବାହାରେ ଦେଖି ସାଧାରଣ ଲୋକେ ଆଚମ୍ବିତ ହୋଇଥିଲେ. ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଦେବାରୁ ଆଉ କିଛି ବଟ କର୍ମଚାରୀ ଆହାତ ଦୁଇ ଶ୍ରଦ୍ଧାଳୁଙ୍କୁ ସ୍ଥାନୀୟ ଏକ ଘରୋଇ ମେଡିକାଲକୁ ନେଇଥିଲେ. ଘଟଣାକୁ ନେଇ ଗୁରୁତର ଶ୍ରଦ୍ଧାଳୁ ଆଇନର ଆଶ୍ରୟ ନେବା ପାଇଁ ଛତିଆ ବିଟ୍ ହାଉସରେ ପହଞ୍ଚିଥିଲେ. ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିବାରୁ ଅଧିକ ଚିକିତ୍ସା ଆଳରେ ଗୁରୁତର ଦୁଇଜଣଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିଲା. ଏହା ପରେ ମଧ୍ୟସ୍ତିମାନେ ବିଟ୍ ହାଉସରେ ପହଞ୍ଚି ଗୁରୁତର ଆହତଙ୍କ ଘନିଷ୍ଠଙ୍କ ସହ ଦୀର୍ଘ ସମୟର ଆଲୋଚନା ପରେ ବୁଝାମଣା ହୋଇଥିଲା. ଛତିଆ ବଟକୁ ମାନ୍ୟବର ସୁପ୍ରିମକୋର୍ଟ ସର୍ବସାଧାରଣ ଉପାସନା ପୀଠ ବୋଲି ବିବେଚନା କରି ସାରିବାପରେ ମଧ୍ୟ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନର ସ୍ଥାଣୁତା ଯୋଗୁଁ ପରିବାର ବାଦ ହଟି ପାରିନି. ଯୋଇଥିପାଇଁ ଏଭଳି ଘଟଣାମାନ ବାରମ୍ବାର ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଏବଂ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି. ତୁରନ୍ତ ଏହାର ସମାଧାନ କରାଯାଇ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଛତିଆ ବଟର ଗାରିମା ଫେରାଇ ଆଣିବାକୁ ଦାବୀ ହୋଇଛି. Categories: ଓଡ଼ିଶା, ଯାଜପୁର, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026