ମାଆ ପାଇଁ ଗଛଟିଏ ଲଗାଇବା ବନୀ କରଣ କାର୍ଯ୍ୟରେ – ସାଂସଦ ଶ୍ରୀଯୁକ୍ତ ରବିନ୍ଦ୍ର

୨୨ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଯାଜପୁର  :-> ମାଆ ପାଇଁ ଗଛଟିଏ ଲଗାଇବା ବନୀ କରଣ କାର୍ଯ୍ୟରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରବିନ୍ଦ୍ର ନାରାୟଣ ବେହେରା କୋରେଇ ବ୍ଲକ ଅଧୂନ ଓଉପଦା ଠାରେ ପାଣିକୋଇଲି ଓ ସୁକିନ୍ଦା ଜାତୀୟ ରାଜପଥ ରେ ଏକଲକ୍ଷ ବୃକ୍ଷ ରୋପଣ ବନୀକରଣ କାର୍ଯ୍ୟର ଶୁଭାରମ୍ଭ କରି ଜିଲ୍ଲାରେ ବୃକ୍ଷ ରୋପଣ ବନୀକରଣ କାର୍ଯ୍ୟର ଏକ ସାମାଜିକ ଆନ୍ଦୋଳନ ସୃଷ୍ଟି କରିବାକୁ ଆହ୍ବାନ ଦେବା ସହ ଏକ ଲକ୍ଷ ବୃକ୍ଷ ତଥା ଆମ୍ବ, ପଣସ, ସାଗୁଆନ ଇତ୍ୟାଦି ପାଣିକୋଇଲି ରୁ ସୁକିନ୍ଦା ଜାତୀୟ ରାଜପଥ କଡରେ ରୋପଣ କରିବାକୁ ଧାର୍ଯ୍ୟ କରିଛନ୍ତି ।

ଆଧୁନିକ ସଭ୍ୟତା ଆପନେଇବାଦ୍ୱାରା ପରିବେଶ ବ୍ୟାପକ ଭାବେ ପ୍ରଦ୍ୟୁଷଣ ହେବାରେ ଲାଗିଛି । ବାୟୁମଣ୍ଡଳ ଦୂଷିତ ହୋଇ ଅଙ୍ଗାରକାମ୍ଳ ଗ୍ୟାସ ବଢିବା,ତାପମାତ୍ରାରେ ତାରତମ୍ୟ, ବଜ୍ର ପାତର ତାରତମ୍ୟ, ବୃଷ୍ଟି ପାତର ତାରତମ୍ୟ ଆଦି ଭୁଲ ସମସ୍ୟା ଉପୁଜୁଥ‌ିବା ବେଳେ ଏ ସମସ୍ତ ସମସ୍ୟାକୁ ପ୍ରତିହତ କରିବାକୁ ହେଲେ

ପିଲାଠାରୁ ବୃଦ୍ଧ ବୃଦ୍ଧା ସମସ୍ତେ ଆମ ଧରିତ୍ରୀ ମା ପାଇଁ ଗଛଟିଏ ଲଗାଇବା ଆବଶ୍ୟକ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି.ଅନ୍ଵେଷା ରେଡୀ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୂକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧୁକାରୀ ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ,ବ ଡି ଓ କୋରେଇ, ବନ ବିଭାଗ କର୍ମଚାରୀ ପ୍ରମୁଖ ଏହି ମାଆ ପାଇଁ ଗଛଟିଏ ପବିତ୍ର କାର୍ଯ୍ୟ କ୍ରମରେ ଯୋଗଦେଇ ଥିଲେ ।

Exit mobile version