ମିଥ୍ୟା ଓ ଗୁଜବକୁ ନେଇ ରାଇକିଆ ପୋଲିସ୍ ଅଫିସ୍ ଠାରେ ରେଶାନ୍ତି କମିଟି ବୈଠକ ଅନୁଷ୍ଠିତ

୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇକିଆ  :-> କନ୍ଧମାଳ ଜିଲ୍ଲା ରାଇକିଆ ଥାନାର କକ୍ଷରେ ସାମ୍ପ୍ରଦାୟିକ ହିଂସା ଘଟିବ ବୋଲି ଗଣ ମାଧ୍ୟମରେ ପ୍ରସାରିତ ହେଉଥିବା ଏକ viral ଭିଡିଓ ସହ ଲିଖିତ ସୂଚନାକୁ ନେଇ ବ୍ଲକ ସ୍ତରୀୟ ଶାନ୍ତି କମିଟି ଘୁ. ଉଦୟଗିରି SDPO ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଗୁଜବ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଫେକ ଅଟେ ଏଣୁ ଭୟ ନ କରି ବାହାରକୁ ପଳାୟନ ନ କରିବାକୁ ବୈଠକରେ SDPO, ରାଇକିଆ ବିଡିଓ, ରାଇକିଆ ତହସିଲଦାର, ସିଡିପିଓ ସ୍ପଷ୍ଟୀକରଣ ଦେଇଥିଲେ। ପୁଣି ଉପସ୍ଥିତ ନିର୍ବାଚିତ ଜିଲ୍ଲା ପରିଶଦ ସତ୍ୟ ବାନ ପାତ୍ର,ଓଜଗନ୍ନାଥ ମନ୍ଦିର ପୂଜା କମିଟି ସଭାପତି ,। ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଅଶୋକ ପ୍ରଧାନ, ସୁରଞ୍ଜନ ପ୍ରଧାନ, ଜଳନ୍ଧର ପ୍ରଧାନ,

ପୂର୍ବତନ ଚେୟାରମ୍ୟାନ ତଥା ସମିତି ସଭ୍ୟ ଶ୍ରୀ ପ୍ରଦୀପ ପ୍ରଧାନ,ପୂଜା କମିଟି ସଭାପତି ଶ୍ରୀ ନାରାୟଣ ପ୍ରସାଦ ମହାନ୍ତି,ବିଜେଡି ସଭାପତି ଶ୍ରୀ ରାଜମୋହନ ଦିଗାଳ,ନଳୀନ କାନ୍ତ ନାୟକ ଓ ସୁଶାନ୍ତ କୁମାର ନାୟକ,ଜେରମ,ଏବଂ ପୁରୁଷୋତ୍ତମ, ପାଳକ ସଙ୍ଘ ,ବଣିକ ସଙ୍ଘ ସଭ୍ୟବୃନ୍ଦ ଓ ଗଣମାଧ୍ୟମ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇ viral କରିଥିବା ବ୍ୟକ୍ତିଙ୍କୁ ଚିନ୍ହଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ମତ ଦେଇଥିଲେ ତତସହିତ ଅନ୍ୟତ୍ର ପଳାୟନ ନ କରିବା ନିମନ୍ତେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଜନସାଧାରଣଙ୍କୁ ଜଣାଇବାକୁ ଉପସ୍ଥିତ ନେତୃସ୍ଥାନୀୟଙ୍କୁ ଅନୁରୋଧ କରିଥିଲେ ପୁଣି ପ୍ରଶାସନିକ ସ୍ତରରେ ସଜାଗ ରହିବା ସହ , କୌଣସି ସାମ୍ପ୍ରଦାୟିକ ହିଂସାର ଭୟ ନ କରିବା ପାଇଁ ଲୋକ ମାନଙ୍କୁ କହି ଛନ୍ତି। ଓ ଥାନା ଅଧିକାରୀଙ୍କୁ କମିଟିର ନିଷ୍ପତ୍ତିକ୍ରମେ SDPO ନିର୍ଦ୍ଦେଶ ଦେଇଥିଲେ,ଆଜିର ବୈଠକରେ ସବୁ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତିବୃନ୍ଦ ଯୋଗ ଦେଇଥିଲେ।ଶେଷରେ ଥାନା ଆଶୁତୋଷ ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଇକିଆ ରୁ ଜଗଦୀଶ ଦାଶ

Exit mobile version