Home ଓଡ଼ିଶା ଲୋକ ସଭା ସାଂସଦ ଙ୍କ ଖପ୍ରାଖୋଲ ବ୍ଲକ୍ ଗସ୍ତ ବିଭିନ୍ନ ଯୋଜନା ର କଲେ ସମୀକ୍ଷା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଲୋକ ସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଗୁରୁବାର ଖପ୍ରାଖୋଲ ବ୍ଲକ୍ ଗସ୍ତ କରିଛନ୍ତି। ଏହି ଅବସରରେ ବ୍ଲକ୍ ସଭା ଗୃହ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଥିଲେ। ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର କାର୍ଯ୍ୟକାରିତା, କାର୍ଯ୍ୟ ରୂପାୟନ, ଖର୍ଚ୍ଚ ଆଦି ଉପରେ ସମୀକ୍ଷା କରିଥିଲେ। ସେହି ପରି ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ପଶୁପାଳନ, ଜାତୀୟ ସାମାଜିକ ସୁରକ୍ଷା, ଖାଦ୍ୟ ଯୋଗାଣ ଆଦି ଯୋଜନା ର ସମୀକ୍ଷା କରିଥିଲେ। ଏହି ଅବସରରେ ବ୍ଲକ୍ ପରିସରରେ ଏକ ଚାରା ରୋପଣ କରିଥିବା ବେଳେ ୫ ଜଣଙ୍କୁ ଭତ୍ତା ବଣ୍ଟନ କରିଥିଲେ। ସମୀକ୍ଷା ବୈଠକ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଏ ଇ କୁଳମଣି ଭୋଇ, ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର, ବ୍ଲକ୍ ଶିକ୍ଷା ଅଧିକାରୀ ଶଙ୍କର ମାଝୀ, ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡ଼ା ସୁରଜ ଦୀପ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଯିନିତା ବରୁଆ, ଏ ପି ଓ ପ୍ରଶାନ୍ତ କୁମାର ସାହୁ, ପଦ୍ମ କୁମାର ସିଂ ବରିହା, ସନ୍ତୋଷ ଭାଇଁସାଲ, ଉପେନ୍ଦ୍ର ଭୋଇ, ଦଶରଥ ପାଣିଗ୍ରାହୀ, ଦେବକାନ୍ତ ପାଣିଗ୍ରାହୀ ପ୍ରମୁଖ ଦଳୀୟ କର୍ମୀ , ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ by Proprietor Abhimanyu Maharana August 10, 2026 ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ by Proprietor Abhimanyu Maharana August 10, 2026 ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026