Home ଓଡ଼ିଶା ଦଙ୍ଗା ଗୁଜବକୁ ବିଶ୍ବାସ ନକରିବାକୁ ପ୍ରଶାସନର ପରାମର୍ଶ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ସମଗ୍ର କନ୍ଧମାଳ ଜିଲ୍ଲାରେ ପୁଣି ଏକ ଦଙ୍ଗା ଗୁଜବକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ଜନ ସଚେତନତା ଓ ବୈଠକ କରି ଲୋକଙ୍କୁ ଗୁଜବରୁ ଦୁରେଇ ରହିବା ସହ ଭୟଭୀତ ନହେବାକୁ ନିବେଦନ କରା ଯାଇଛି। ଏହି କ୍ରମରେ କ.ନୂଆଗାଁ ଥାନା ପକ୍ଷରୁ ମଧ୍ୟ ଲୋକ ପ୍ରତିନିଧି , ବୁଦ୍ଧିଜୀବୀ ଓ ଉଭୟ ସଂପ୍ରଦାୟଙ୍କୁ ନେଇ ଥାନା ପରିସରରେ ଏକ ବୈଠକ କରାଯିବା ସହ ଦଙ୍ଗା ଗୁଜବକୁ ବିଶ୍ବାସ ନକରିବା ପାଇଁ ପ୍ରଶାସନିକ ଅଧିକାରୀ ପରାମର୍ଶ ଦେଇଥିଲେ । ଏହା ସହ ସଚେତନତା ବାର୍ତ୍ତା ଗାଁ ଗାଁ’ରେ ଡ଼ାକ ବାଜି ଯନ୍ତ୍ରରେ ପୋଲିସ ପକ୍ଷରୁ ନିର୍ଭୟରେ ରହିବାକୁ କୁହାଯାଉଛି। ଗତ କିଛି ଦିନ ହେଲା ଦଙ୍ଗାକୁ ନେଇ ଗୁଜବ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ହେବା ଫଳରେ ଉଭୟ ସଂପ୍ରଦାୟଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଶାନ୍ତି ବଜାୟ ରଖିବା ସହ ଉଭୟ ସମ୍ପ୍ରଦାୟର ଲୋକେ ଏଭଳି ଗୁଜବରେ ବିଶ୍ବାସ ନ କରିବା ପାଇଁ କ.ନୂଆଗାଁ ତହସିଲଦାର ରାମକୃଷ୍ଣ ମିଶ୍ର ପରାମର୍ଶ ଦେବା ସହ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ କେହି ଅସାମାଜିକ ବ୍ୟକ୍ତି ଏଭଳି ଗୁଜବ ସୃଷ୍ଟି କରି ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରିଛି ବୋଲି ଲୋକଙ୍କୁ ବୁଝାଇ କହିଥିଲେ। ଏହି ବୈଠକରେ କ.ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ, ଥାନା ଏସ୍ଆଇ ଅଶୋକ କୁମାର ତ୍ରିପାଠୀ, ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ପଞ୍ଚାୟତ ଅଞ୍ଚଳର ଖ୍ରୀଷ୍ଟ ଧର୍ମ ଏବଂ ହିନ୍ଦୁ ଧର୍ମର କର୍ମକର୍ତ୍ତା ମାନେ ଯୋଗ ଉପସ୍ଥିତ ଥିଲେ। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026