Home ଓଡ଼ିଶା ବିଭିନ୍ନ ସମସ୍ୟା ଉପରେ ବିଧାନ ସଭାରେ ସ୍ୱର ଉଠାଇଲେ ଦଶପଲ୍ଲା ବିଧାୟକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ବିଭିନ୍ନ ସମସ୍ୟା ଉପରେ ବିଧାନ ସଭାରେ ସ୍ୱର ଉଠାଇଛନ୍ତି ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗୃହ ଓ ମଣ୍ଡି ଗୁଡିକରେ ଆନୁଷଙ୍ଗିକ ବ୍ୟବସ୍ଥା ,ଦୀର୍ଘ ବର୍ଷ ହେବ ବସବାସ କରୁଥିବା ଅଧିବାସୀ ମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ , ନୂଆଗାଁ ବ୍ଲକ୍ ଉଦୟପୁର ପଞ୍ଚାୟତ ର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଝରିଆ ଖାଲ , ରାଜସ୍ବ ଗ୍ରାମ କୁ ବିଦ୍ୟୁତ୍ ଯୋଗାଣ ହୋଇନଥିବା ଉପରେ ବିଧାନସଭା ଉପରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ। ବିଭାଗୀୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ନିଜ ଉତ୍ତରରେ କହିଥିଲେ ଦଶପଲ୍ଲା ,ନୂଆଗାଁ ଏବଂ ଗଣିଆ ବ୍ଲକ୍ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକର ନିଜସ୍ଵ କାର୍ଯ୍ୟାଳୟ ଗୃହ ଓ ମଣ୍ଡି ଗୁଡିକରେ ଆବଶ୍ୟକୀୟ ଭିତ୍ତି ଭୂମି ଗୃହ ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ନିଜସ୍ଵ ଜମିଥିବା ସମିତି ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ସହାୟତା ଦିଆଯାଉଅଛି। ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ନୂଆଗାଁ ତହସିଲ ଅଧିନରେ ଥିବା ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମ ପତର ସାହି , ବାହାଡ ଝୋଲା ପଞ୍ଚାୟତର ବଡ଼ସାହି ,ମାଳିସାହି ପଞ୍ଚାୟତର ଖଙ୍ଗୁରି , ସାନ ହାମରା ବସବାସ କରୁଥିବା ଲୋକମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ନିମନ୍ତେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ,୦୭/୦୮/୨୦୨୪ ରିଖ ମୁତାବକ ସର୍ଭେ କରାଯାଇ ବସୁନ୍ଧରା ଯୋଜନାରେ ପଟ୍ଟା ଦେବାପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଅଛି ବୋଲି କହିଥିଲେ। ସେହିପରି ଉଦୟପୁର ପଞ୍ଚାୟତ ରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ , ଝରିଆ ଖାଲ କେବେ ନିର୍ମାଣ ହେବ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଇବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବା ପାଇଁ କହିଥିଲେ। ବିଦ୍ୟୁତ୍ ଯୋଗାଣ ହୋଇନଥିବା ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟିପିଶିଓଡ଼ିଏଲ୍ ଙ୍କ ତଥ୍ୟ ଅନୁସାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକର ସମସ୍ତ ରାଜସ୍ବ ଗ୍ରାମ କୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ଯୋଜନାରେ ବିଦ୍ୟୁତ୍ ସଂଯୋଗ କରାଯାଇଅଛି।ବଳକା ଥିବା ବାସଗୃହ ଗୁଡ଼ିକୁ ରାଜ୍ୟ ସରକାରଙ୍କ ଯୋଜନାରେ ସେପ୍ଟେମ୍ବର ୨୦୨୪ ସୁଦ୍ଧା ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି କହିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026