Home ଓଡ଼ିଶା ବେନାମି ନମ୍ବରରେ ପୋଲିସ ଏଏସଆଇ ଚଲାଇଛନ୍ତି ମୋଟର ସାଇକେଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ସରକାରଙ୍କ ପରିବହନ ବିଭାଗ ଗାଡିମୋଟର ପଲ୍ୟୁସନ ଓ ଗାଡିର ନମ୍ବର ପ୍ଲେଟ ପରିବର୍ତ୍ତନ କରିବା ପାଇଁ ଅନେକ ଥର ବିଗ୍ୟାଂପନ ବାହାର କରି ଲୋକ ମାନଙ୍କୁ ସଚେତନ କରାଉଛନ୍ତି । ପୋଲିସକୁ ଦାୟିତ୍ୱ ଦିଆଯାଇଛି ପୋଲିସ ମଧ୍ୟ ରାସ୍ତାରେ ଗାଡିମୋଟର କାଗଜପତ୍ର ଯାଚଂ କରି ଲୋକଙ୍କ ଠାରୁ ଜୋରିମାନା ଆଦାୟ କରୁଛି ଏବଂ କେତେକ ଗାଡିକୁ ଜବତ କରି କେସ କରୁଛି । ଆଇନର ରକ୍ଷକ ହେଉଛି ପୋଲିସ । ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପୋଲିସ ର କର୍ତ୍ତବ୍ୟ । ଯଦି ସାଧାରଣ ଲୋକଟି ଅସୁବିଧା ରେ ପଡିଥାଏ ତେବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥାଏ।ହେଲେ ଖୋର୍ଦ୍ଧା ଜିଲ୍ଲାରେ ଜଣେ ପୋଲିସ ଏଏସଆଇ ଚଲାଉଛନ୍ତି ବେନାମି ଗାଡି ନମ୍ବର ରେ ମୋଟର ସାଇକେଲ । ଦେଖନ୍ତୁ ଏ ହେଉଛନ୍ତି ସେହି ପୋଲିସ ଏଏସଆଇ ଭଗବାନ ନାୟକ।ଉକ୍ତ ଏଏସଆଇ ଜଣଙ୍କ ଦିର୍ଘଦିନ ହେବ ଜଂକିଆ ଥାନାରେ କାର୍ଯ୍ୟ କରୁଥିଲେ ସେ ସରକାରୀ କ୍ୱାଟର ପାଇ ରହୁଥିଲେ।ଜଂକିଆ ରେ ଥିବା ସମୟରେ ଚୋରା ପଥର ବେପାରୀ ଚୋରା ମଦ ବେପାରୀ ମାନଙ୍କ ସହିତ ସମ୍ପର୍କ ରଖି ଭଲ ମୁନାଫା କମାଇଥିଲେ।ଅନେକ ସମୟରେ ସେ ପଥର ଗାଡିକୁ ରାସ୍ତାରେ ଅଟକାଇ ଟଙ୍କା ଆଦାୟ କରୁଥିବା ଭିଜୁଆଲ ମଧ୍ୟ ହସ୍ତଗତ ହୋଇଛି।ଗତ ସାତମାସ ହେବ ତାଙ୍କର ବୋଲଗଡ ଥାନାକୁ ବଦଳି ହୋଇଥିଲା ସେଠାରେ ସେ ୨/୩ମାସ ରହିବା ପରେ ତାଙ୍କୁ ପୋଲିସ ହେଡ କ୍ୱାଟରକୁ ବଦଳି କରାଗଲା।ଉକ୍ତ ଏଏସଆଇ ଜଣଙ୍କ ଦିଘଦିନ ହେବ ଜଂକିଆ ଥାନାରେ ଥିବା ସମୟରୁ ଗୋଟିଏ ମୋଟର ସାଇକେଲ ଚଲାଉଛନ୍ତି ଯାହାର ନମ୍ବର OR05_AC_4119 ଉକ୍ତ ନମ୍ବର ଯାଚଂ କରିବା ପରେ ଜଣାପଡିଲାକି ଏହିଟି ଗୋଟିଏ ସ୍କର୍ପିଓ କାର ନମ୍ବର।ମୋଟର ସାଇକେଲ ରେ ଗୋଟିଏ ସ୍କର୍ପିଓ କାର ନମ୍ବର ଲେଖି ଚଲାଇବା ବେନାମି । ପୋଲିସ ଏଏସଆଇ ଜଣଙ୍କ ବେନାମି ନମ୍ବର ରେ ଗାଡି ଚଲାଉଥିବା ଜାଣି ଆମ ପ୍ରତିନିଧି ଉକ୍ତ ପୋଲିସ ଏଏସଆଇ ଜଣଙ୍କୁ ପଚାରିବାରେ ସେ ହଡବଡେଇ ହୋଇ ଗାଡି କାଗଜପତ୍ର ଠିକ ଅଛି କହି ମୁହଁ ଆଡେଇ ଜଂକିଆ ଥାନା ଭିତରେ ଥିବା କ୍ୱାଟରକୁ ଚାଲିଗଲେ।ପରବର୍ତ୍ତୀ ସମୟରେ ଜଣାପଡିଲା କି ଉକ୍ତ ଗାଡିର ନମ୍ବର ପରିବର୍ତ୍ତନ ହୋଇଛି।ପୂର୍ବରୁ ଗାଡି ନମ୍ବର ଥିଲା OR05_AC_4119 ଏବେ ହୋଇଛି OR05_AC_4419।ତେବେ ପୂର୍ବରୁ କର୍ତ୍ତବ୍ୟରତ ଜଣେ ପୋଲିସ ଏଏସଆଇ କାହିଁକି ଗୋଟିଏ ସ୍କର୍ପିଓ ନମ୍ବର ଥିବା ନମ୍ବରକୁ ମୋଟର ସାଇକେଲରେ ଲେଖି ଚଲାଉଥିଲେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା।ପ୍ରକୃତ ରେ ସେହି ମୋଟର ସାଇକେଲ ଟିକୁ ଏଏସଆଇ କିଣିଛନ୍ତି ନା ସେ ମୋଟର ସାଇକେଲଟି ଚୋରା ଗାଡି।ଉକ୍ତ ଏଏସଆଇ ଜଣଙ୍କ ଖୋର୍ଦ୍ଧା ହେଡ୍ କ୍ୱାଟରକୁ ବଦଳି ହୋଇ ଯିବାପରେ ବିଭିନ୍ନ ଆଳ ଦେଖାଇ ନିଜର ସ୍ୱାର୍ଥ ସାଧନ ନିମନ୍ତେ କ୍ୱାଟର ଟିକୁ ନିଜ ଅକ୍ତିଆରରେ ରଖି ମାଡି ବସିଛନ୍ତି। ଯଦି କର୍ତ୍ତବ୍ୟରେ ଥିବା ଜଣେ ପୋଲିସ ଏଏସଆଇ ଏଭଳି ଭୁଲ କରନ୍ତି ତାଙ୍କ ପାଇଁ କଣ କାର୍ଯ୍ୟାନୁଷ୍ଠାନ ନେବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ।ଏ ନେଇ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ ଜଂକିଆ ଥାନା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଦେଖାଯାଉ ଉକ୍ତ ପୋଲିସ ଏଏସଆଇ ଜଣଙ୍କ ବିରୋଧରେ କଣ ହେଉଛି କାର୍ଯ୍ୟାନୁଷ୍ଠାନ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026 ଦକ୍ଷତା ବିକାଶକୁ ନେଇ ବିଜେପି ସରକାରଙ୍କୁ ବିଜେଡିର ତୀବ୍ର ସମାଲୋଚନା by Proprietor Abhimanyu Maharana October 15, 2026