୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> “ତିନି ତଲାକ୍” ଉଠିଯିବା ପରେ ମୁସଲିମ୍ ମହିଳାମାନେ ବେଶ୍ ଖୁସିଥିବାର ଦେଖିବାକୁ ମିଳୁଥିବା ବେଳେ ଉକ୍ତ ସମ୍ପ୍ରଦାୟ ଭିତରେ ବେଆଇନ ଲୁଚା ଛପାରେ ବିବାହ ଚାଲିଥିବାର ଅଭିଯୋଗ ମିଳୁଛି । ଏପରି ଏକ ଘଟଣା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ପଞ୍ଚାୟତର ତାଳପଦା ଗ୍ରାମରେ ଘଟିଥିବାରୁ ବୈଶିଙ୍ଗା ଥାନାରେ ୨୬୮ ନଂ ମୂଳେ ମାମଲା ରୁଜୁ ହୋଇ ଥିବାର ଜଣାଯାଇଛି । ଅଭିଯୋଗରେ ବାରିପଦା ୩ ନଂ ୱାର୍ଡ ର ସେଖ୍ ମନୱର ଙ୍କ ଏକ ମାତ୍ର କନ୍ୟା ଅଫସାନା ଦର୍ଶାଇଛନ୍ତି ଯେ ତା ୨୩.୫.୨୦୨୩ ରେ ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ପଞ୍ଚାୟତର ତାଳପଦା ଗ୍ରାମର ସେଖ୍ ଦାସ ମହମ୍ମଦ ଙ୍କ ପୁତ୍ର ମନତାଜ ମହମ୍ମଦଙ୍କୁ ମୁସଲିମ ରୀତିନୀତି ଅନୁଯାଇ ବିବାହ କରିଥିଲେ। ମନତାଜ ସି.ଆର.ପି.ଏଫ.ରେ ଯବାନ ଭାବେ ଏବେ ସମ୍ବଲପୁରରେ କାର୍ଯ୍ୟରତ ଅଛନ୍ତି ।
