Home ଓଡ଼ିଶା ଜାତୀୟ ରଗବୀ ପ୍ରତିଯୋଗିତାରେ ଓଡିଶା କୁ ପ୍ରତିନିଧିତ୍ୱ କରିବେ ମୟୁରଭଞ୍ଜ ଦଳ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଚଳିତ ମାସ ୨୫ ତାରିଖ ଦିଲ୍ଲୀ ଠାରେ ଦିଲ୍ଲୀ ହରିକେନ୍ସ କ୍ଲବ ଓ ଦିଲ୍ଳୀ ରଗବୀ ସଂଘର ମିଳିତ ଉଦ୍ୟମରେ ଆୟୋଜିତ ହେବାକୁ ଥିବା ଦିଲ୍ଲୀ ରଗବୀ ସେଭେନ୍ସ ପ୍ରତିଯୋଗିତାରେ ଓଡିଶାର ଏକମାତ୍ର ଦଳ ଭାବେ ମୟୂରଭଞ୍ଜ ଜିଲ୍ଳାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମହିଳା ଓ ପୁରୁଷ ରଗବି ଦଳ ଭାଗନେବାକୁ ଆସନ୍ତା ୨୨ ତାରିଖ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ I ପୁରୁଷ ଦଳରେ ଅଧିନାୟକ ପ୍ରକାଶ ସଏଙ୍କ ସମେତ ଗଜେନ୍ଦ୍ର ବାସ୍କେ, ଲଖାୟ ଟୁଡୁ, ଚନ୍ଦନ ସିଂ, କୁଅଁର ହାଁସଦା, କାନ୍ଦ୍ରା ଟୁଡୁ, ଜଗଦେବ ଜଗନ୍ନାଥ ନାଏକ, ସମ୍ବିତ ପ୍ରଧାନ, ପ୍ରିୟରଞ୍ଜନ ମଲ୍ଲିକ, ବିଭୁତି ଭୂଷଣ ସେଠୀ, ରାଜକିଶୋର ପାତ୍ର ଓ ସୁଗୁଦା ମାଝୀ ସାମିଲ ଥିବାବେଳେ ମହିଳା ଦଳରେ ସନ୍ଧ୍ୟାରାଣୀ ଟୁଡୁ (ଅଧିନାୟିକା), ଜ୍ୟୋତ୍ସ୍ନାରାଣୀ ଟୁଡୁ, ମୀରା ରାଣୀ ହେମ୍ବ୍ରମ, ସରିତା ମାଝୀ, ଜେମାମଣୀ ନାଏକ, ସୁନିତା ହାଁସଦା, ଲିଲିମଣୀ ହାଁସଦା, ଅମିଶା ରାଣୀ ମାଝୀ, ମାମୁନି ହେମ୍ବ୍ରମ, ମାଲିନି ସଏ, ମାହି ସୋରେନ ଓ ହିସି ଟୁଡୁ ପ୍ରମୁଖ ସାମିଲ ଅଛନ୍ତି I ଜିଲ୍ଲାପାଳ ହେମକାନ୍ତ ସଏ ଖେଳାଳି ମାନଙ୍କୁ ନିଜ କାର୍ଯ୍ୟାଳୟରେ ଉତ୍ସାହିତ କରିବା ସହ ଦଳର ସଫଳତା କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ ଓ ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ I Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026 ରେଳମଦଦ୍ ମାଧ୍ୟମରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଉଦ୍ଧାର by Proprietor Abhimanyu Maharana September 11, 2026 ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା, ସାଗର ର ଆହ୍ଵାନ ପ୍ରଥମ ଚିଲିକା ବ୍ଲକ by Proprietor Abhimanyu Maharana September 11, 2026 ଗଜପତି ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ।ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ by Proprietor Abhimanyu Maharana September 11, 2026 ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା କିଲୋଗ୍ରାମ ଗଞ୍ଜେଇ ଜବତ by Proprietor Abhimanyu Maharana September 11, 2026