Home ଓଡ଼ିଶା ଜାତୀୟ ରଗବୀ ପ୍ରତିଯୋଗିତାରେ ଓଡିଶା କୁ ପ୍ରତିନିଧିତ୍ୱ କରିବେ ମୟୁରଭଞ୍ଜ ଦଳ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଚଳିତ ମାସ ୨୫ ତାରିଖ ଦିଲ୍ଲୀ ଠାରେ ଦିଲ୍ଲୀ ହରିକେନ୍ସ କ୍ଲବ ଓ ଦିଲ୍ଳୀ ରଗବୀ ସଂଘର ମିଳିତ ଉଦ୍ୟମରେ ଆୟୋଜିତ ହେବାକୁ ଥିବା ଦିଲ୍ଲୀ ରଗବୀ ସେଭେନ୍ସ ପ୍ରତିଯୋଗିତାରେ ଓଡିଶାର ଏକମାତ୍ର ଦଳ ଭାବେ ମୟୂରଭଞ୍ଜ ଜିଲ୍ଳାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମହିଳା ଓ ପୁରୁଷ ରଗବି ଦଳ ଭାଗନେବାକୁ ଆସନ୍ତା ୨୨ ତାରିଖ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ I ପୁରୁଷ ଦଳରେ ଅଧିନାୟକ ପ୍ରକାଶ ସଏଙ୍କ ସମେତ ଗଜେନ୍ଦ୍ର ବାସ୍କେ, ଲଖାୟ ଟୁଡୁ, ଚନ୍ଦନ ସିଂ, କୁଅଁର ହାଁସଦା, କାନ୍ଦ୍ରା ଟୁଡୁ, ଜଗଦେବ ଜଗନ୍ନାଥ ନାଏକ, ସମ୍ବିତ ପ୍ରଧାନ, ପ୍ରିୟରଞ୍ଜନ ମଲ୍ଲିକ, ବିଭୁତି ଭୂଷଣ ସେଠୀ, ରାଜକିଶୋର ପାତ୍ର ଓ ସୁଗୁଦା ମାଝୀ ସାମିଲ ଥିବାବେଳେ ମହିଳା ଦଳରେ ସନ୍ଧ୍ୟାରାଣୀ ଟୁଡୁ (ଅଧିନାୟିକା), ଜ୍ୟୋତ୍ସ୍ନାରାଣୀ ଟୁଡୁ, ମୀରା ରାଣୀ ହେମ୍ବ୍ରମ, ସରିତା ମାଝୀ, ଜେମାମଣୀ ନାଏକ, ସୁନିତା ହାଁସଦା, ଲିଲିମଣୀ ହାଁସଦା, ଅମିଶା ରାଣୀ ମାଝୀ, ମାମୁନି ହେମ୍ବ୍ରମ, ମାଲିନି ସଏ, ମାହି ସୋରେନ ଓ ହିସି ଟୁଡୁ ପ୍ରମୁଖ ସାମିଲ ଅଛନ୍ତି I ଜିଲ୍ଲାପାଳ ହେମକାନ୍ତ ସଏ ଖେଳାଳି ମାନଙ୍କୁ ନିଜ କାର୍ଯ୍ୟାଳୟରେ ଉତ୍ସାହିତ କରିବା ସହ ଦଳର ସଫଳତା କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ ଓ ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ I Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ by Proprietor Abhimanyu Maharana October 30, 2026 ଅବକାରୀ ବିଭାଗ ଦ୍ଵାରା ୫୮ ହଜାର ଟଙ୍କାର ଦେଶୀ ମଦ ଜବତ : ଜଣେ ଗିରଫ by Proprietor Abhimanyu Maharana October 29, 2026 ମଧ୍ୟାହ୍ନ ଭୋଜନ ଚାଉଳରେ ୧୭ କ୍ୱିଣ୍ଟାଲ ଗାଏବ ! by Proprietor Abhimanyu Maharana October 29, 2026 କଣ୍ଟାବାଞ୍ଜି ଅବକାରୀ ବିଭାଗର ଘନଘନ ଚଢ଼ାଉ, ୫ଟି ମାମଲା ରୁଜୁ by Proprietor Abhimanyu Maharana October 29, 2026 ଅର୍ଣ୍ଣବ ବାତ୍ୟା କୁ ନେଇ ଚାଷୀ ଙ୍କୁ ଘାରିଛି ଚିନ୍ତା by Proprietor Abhimanyu Maharana October 29, 2026 Malabar Gold & Diamonds announces Exclusive Diwali and Dhanteras Offers by Proprietor Abhimanyu Maharana October 29, 2026