Home ଓଡ଼ିଶା ୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୂର୍ଘଟଣା : ଯାତ୍ରୀବାହୀ ବସ୍ ସହ ପାଉଡର ବୋଝେଇ ଟ୍ରଲର ଧକ୍କା – ୪ ମୃତ, ୨୫ରୁ ଉର୍ଦ୍ଧ୍ୱ ଗୁରୁତର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପରିବହନ ମନ୍ତ୍ରୀ,କମିଶନର, ଜିଲ୍ଲାପାଳ ଓ ଏସପି ମେଡିକାଲରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ୫୯ନଂ ଜାତୀୟ ରାଜପଥର ସମରଝୋଳ ଛକରେ ଗୁରୁବାର ଭୋରରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଅଟକି ଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ(ଓଡି୧୦କ୍ୱ୍ୟୁ ୯୨୬୩)କୁ ପାଉଡର ବୋଝେଇ ଟ୍ରଲର(ଓଡି୧୫କେ ୭୮୯୬)ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍(ଓଡି୦୭ଏନ ୯୧୮୧) ସହ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣା ପରେ ଘଟଣା ସ୍ଥଳରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ମୃତକ ହେଲେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ପଞ୍ଚୁ ଗୌଡ, ଅରକ୍ଷିତ ଗୌଡ, ଶେରଗଡ ଥାନା କୁରୁଳା ଗ୍ରାମର ସନ୍ତୋଷ ବାଡତ୍ୟା(୪୫) ଓ ଅନ୍ୟ ଜଣେ ମୃତକ ସିମେଣ୍ଟ ବୋଝେଇ ଟ୍ରକ ହେଲପରଙ୍କ ପରିଚୟ ଖବର ଲେଖା ହେବା ସୁଦ୍ଧା ମିଳିପାରିନାହିଁ । ଖବର ଲେଖା ହେବା ସୁଦ୍ଧା ୨୫ରୁ ଉର୍ଦ୍ଧ୍ୱ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିପାରିଛି । ସେମାନେ ହେଲେ ବସ୍ ଚାଳକ ଟିଟିଲାଗଡର ହୃଷିକେଶ ସେଠ(୫୫), ହେଲପର ମନୋଜ ପଟ୍ଟନାୟକ(୩୨), କଣ୍ଡକ୍ଟର ଶେରଗଡ ଥାନା ଡେଙ୍ଗପଦର ଗ୍ରାମର ବୃନ୍ଦାବନ ରଣା(୪୫), ହିଞ୍ଜିଳି ଥାନା ସମରଝୋଳର ତନୟ ପ୍ରଧାନ(୬୨). ଚରଣ ଗୌଡ(୬୫), ଏମ. ମାର୍କଣ୍ଡ(୫୨), ଆଙ୍କୋରଡାର ଗିତା ବରଡ(୩୫), ପତଳର ତାରୀଣି ନାୟକ(୨୭), ନବରଙ୍ଗପୁର ଅଞ୍ଚଳର ସୁନ୍ଦରଲାଲ ଜଗଦୁଆ(୪୮), ଭବାନିପାଟଣା ଅଞ୍ଚଳର ସୁଜିତ ଦାସ(୩୦), ସୁମନାଥ ରାଓ(୪୫), ଶୁଭଶ୍ରୀ ଦାସ(୨୩) । ଖବର ପାଇ ଉପ ଜିଲ୍ଲାପାଳ ଦେବଦତ୍ତ ମହାନ୍ତ,ତହସିଲଦାର ଭିକାରୀ ସାହୁ, ବିଡିଓ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ,ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରା,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ , ଜନପ୍ରତିନିଧି ଓ ସ୍ୱେଛାସେବୀ ସଂଗଠନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟାରମ୍ଭ କରିଥିଲେ । ପରେ ପରିମହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ପରିବହନ କମିଶନର ଅମିତାଭ ଠାକୁର , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ପ୍ରମୁଖ ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ପରେ ଦୂର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରି ଫେରିଛନ୍ତି । ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁର୍ଘଟଣାରେ ମର୍ମାହତ ହୋଇ ମୃତ ବ୍ୟକ୍ତିଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ମୁତାବକ,ଗୁରୁବାର ଭୋର ପ୍ରାୟ ୫ଟାରେ ହିଞ୍ଜିଳି ଥାନା ସମରଝୋଳ ଛକରେ ଏକ ସିମେଣ୍ଟ ବୋଝେଇ ଟ୍ରକର ଡ୍ରାଇଭର ଜାତୀୟ ରାଜପଥରେ ଗାଡିକୁ ରଖି ଚାହା ପିଇବାକୁ ଓହ୍ଲାଇଥିଲେ । ହେଲପର ଜଣଙ୍କ ଟ୍ରକ୍ ପଛପଟେ ରହି କିଛି କାମ କରୁଥିବା ବେଳେ ବ୍ରହ୍ମପୁର ଆଡୁ ଆସୁଥିବା ଏକ ପାଉଡର ବୋଝେଇ ଟ୍ରଲର ଟ୍ରକ୍ ହେଲପରକୁ ଧକ୍କା ଦେଇ ଅପର ଦିଗରୁ ଆସୁଥିବା ମୁଖିଗୁଡା- ବ୍ରହ୍ମପୁର ଘରୋଇ ଯାତ୍ରୀବାହୀ ବସ୍ ସହିତ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାର ତୀବ୍ରତାରେ ପ୍ରଚଣ୍ଡ ଶବ୍ଦ ହେବା ସହ ଉଭୟ ଗାଡି ପ୍ୱାଶ୍ୱର୍ରେ ରହିଥିବା ଏକ ଦୋକାନ ଘର ଭିତରକୁ ପଶି ଯାଇଥିଲା । ଦୂର୍ଘଟଣାରେ ଟ୍ରକ୍ ହେଲପର ସମେତ ଚାହା ପିଉଥିବା ୩ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ହିଞ୍ଜିଳିକାଟୁ ତହସିଲଦାର, ଅତିରିକ୍ତ ତହସିଲଦାର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆସିକା ଏସଡିପିଓ, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ, ଶେରଗଡ ଆଇଆଇସି ବିରେନ୍ଦ୍ର ସିଅଳ, ଅଗ୍ନିଶମ ଅଧିକାରୀ ବାଗରାଇ ମୁର୍ମୁ, ପୁଲିସ , ଅଗ୍ନିଶମ, ଆମ୍ବୁଲାନ୍ସ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଚାହା ଦୋକାନ ସମ୍ମୁଖରେ ଥିବା ୩ଟି ବାଇକ୍, ଚାହା ଦୋକାନ ସହ ନିକଟସ୍ଥ ଏକ ଘରର ସମ୍ମୁଖ ଭାଗ ସମ୍ପୁଣ୍ଣ ନଷ୍ଟ ହୋଇଯାଇଛି । ଦୂର୍ଘଟଣା ଘଟି ଜାତୀୟ ରାଜପଥ ଅବରୋଧ ହେବାରୁ ଦୀର୍ଘ ୪ ଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା । ବ୍ରହ୍ମପୁର – ଆସିକା ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ବହୁ ଯାନବାହାନ ଅଟକି ରହିଥିଲା । ପରେ ପୁଲିସ ଅନ୍ୟରାସ୍ତା ଦେଇ ଯାନବାହାନ ଚଳାଚଳ କରାଇଥିଲା । ଦୀର୍ଘ ୭ ଘଣ୍ଟାର କସରତ ପରେ ୪ଟି କ୍ରେନ ଯୋଗେ ଜାତୀୟ ରାଜପଥ ଉପରୁ ଦୂର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଘଟଣା ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟରାର ତଦନ୍ତ ଜାରୀ ରଖିଛି । ଅନ୍ୟପକ୍ଷରେ ସିମଣ୍ଟେ ବୋଝେଇ ଓ ଟ୍ରଲର ଚାଳକଙ୍କ ପତ୍ତା ମିଳିନାହିଁ । ଦୂର୍ଘଟଣା ପରେ ଉଭୟ ଟ୍ରକ୍ ଓ ଟ୍ରଲର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ଅନୁମାନ କରୁଛି । ଅନ୍ୟ ପକ୍ଷରେ ୫୯ନଂ ଜାତୀୟ ରାଜପଥରେ କାମ କରୁଥିବା ଠିକା ସଂସ୍ଥାର ମନ୍ଥର ଓ ଅସମ୍ପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ପରିବହନ ମନ୍ତ୍ରୀ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଅଧିକାରୀଙ୍କୁ ତାଗିଦ କରିଥିବା ଜଣା ପଡିଛି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଧ୍ୟାନକୁଦ ପୀଠରେ ବାହୁଡା଼ ଯାତ୍ରା by Proprietor Abhimanyu Maharana July 25, 2026 ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ by Proprietor Abhimanyu Maharana July 25, 2026 ବାହୁଡା ଯାତ୍ରାର ରଥ ରନୱେରୁ...... by Proprietor Abhimanyu Maharana July 25, 2026 ଚକାଶିଳା କ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ, ଭକ୍ତଙ୍କ ସମାଗମରେ ମୁଖରିତ ରଣପୁର by Proprietor Abhimanyu Maharana July 24, 2026 ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର by Proprietor Abhimanyu Maharana July 24, 2026 ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା by Proprietor Abhimanyu Maharana July 24, 2026