୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଞ୍ଜାମ କବିତା ଘର ଲିଟେରାରୀ ଟ୍ରଷ୍ଟ, ବଂଶ ଧାରା ପାଠାଗାର କାଶିନଗର ସାହିତ୍ୟ ଏବଂ ଜ୍ଞାନ ଜ୍ୟୋତି ଚ୍ୟାରି ଟେବଲ ଟ୍ରଷ୍ଟ, କରଞ୍ଜିଆ ଆନୁକୁଲ୍ୟରେ କାଶୀନଗର ସାହିତ୍ୟ ଉତ୍ସବ ୨୦୨୪ ଶନିବାର ପୂର୍ବାହ୍ନରେ କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ରେ ଟ୍ରଷ୍ଟ ଅଧ୍ୟକ୍ଷ ତଥା ବାରଣାସୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଗଞ୍ଜାମ, ଗଜପତି, ଫୁଲବାଣୀ, ବୌଦ୍ଧ, ବାଲେଶ୍ଵର, ଗୁଣପୁର,ପାରଳାଖେମୁଣ୍ଡି କାଶୀନଗର ବିଶିଷ୍ଟ ସାହିତ୍ୟିକ, ସାହିତ୍ୟ ପ୍ରେମୀ,କବି ଲେଖକ ବୃନ୍ଦ ଉପସ୍ଥିତ ଥିଲେ।
