୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା କଳିଙ୍ଗା ଠାରୁ ତିନି କିମି ଦୂର ବୁଲାଣୀ ଠାରେ ବେଙ୍ଗାଲୁରୁରୁ ବ୍ରହ୍ମପୁର ଯାଉଥିବା ଏକ ମାଲ ବୋଝେଇ ଟ୍ରକ ନଂ.ଏପି- ୦୩-ଟିଇ-୭୮୭୯ ର ଆଗ ଚକା ଫାଟିଯିବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ଚାଳକ ଓ ହେଲପର ଉଭୟ ଷ୍ଟେରିଙ୍ଗ ଓ ଲୁହାଚଦର ତଳେ ଚାପି ହୋଇ ରହି ଯାଇଥିଲେ ।
