Home ଓଡ଼ିଶା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଥାନା ପରିସରରେ ବୃକ୍ଷ ରୋପଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ରାଜକିଶୋର ସୁଆର ଙ୍କ ସ୍ମୃତି ରେ ନାଚୁଣୀ ବରିଷ୍ଠ ନାଗରିକ ସଂଘ ଓ ନାଚୁଣୀ ଥାନା ର ମିଳିତ ଆନୁକୂଲ୍ୟରେ ଥାନା ପରିସରରେ ନୂତନ ନିର୍ମାଣାଧୀନ ଏସ୍ ଡି ପି ଓ କାର୍ଯ୍ୟାଳୟ ସମ୍ମୁଖରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତo ହୋଇ ଯାଇଛି। ନାଚୁଣୀ ଥାନା ର ଭାରପ୍ରାପ୍ତ ନୀରିକ୍ଷକ ଚନ୍ଦ୍ର ଶେଖର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନାଚୁଣୀ ବରିଷ୍ଠ ନାଗରିକ ସଂଘ ର ସଭାପତି ଅଶ୍ଵିନୀ କୁମାର ମହାପାତ୍ର, ସମ୍ପାଦକ ଦେବେନ୍ଦ୍ରନାଥ ମହାରଥୀ,ସହ ସମ୍ପାଦକ ହରିବନ୍ଧୁ ମିଶ୍ର, କୋଷାଧ୍ୟକ୍ଷ ରାମଚନ୍ଦ୍ର ମାର୍ଥା, ବରିଷ୍ଠ ସଦସ୍ୟ ଶତ ସିଂହ ହରିଚନ୍ଦନ, ମକରଧ୍ବଜ ପଲାଇ, ଡକ୍ଟର କୈଳାସ ଭୂଷଣ ମହାପାତ୍ର, ଭିକାରୀ ଚରଣ ପ୍ରଧାନ , ଭରତ ଚରଣ ସାହୁ, ନୀଳକଣ୍ଠ ସାହୁ, ସାମ୍ବାଦିକ ପ୍ରଦ୍ୟୁମ୍ନ ରଞ୍ଜନ ସୁଆର , ଦିଲ୍ଲୀପ କୁମାର ଶତପଥୀ, ମନୋଜ୍ ମୋହନ ବରାଳ,ପ୍ରଦୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ପରିସରର ସୈ।ନ୍ଦର୍ଯ୍ୟୀକରଣ ପାଇଁ ଛାୟାପ୍ରଦ ବଉଳ ଗଛ ରୋପଣ କରି ତାହାର ରକ୍ଷଣାବେକ୍ଷଣ ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ।ଝ ଏହି କାର୍ଯ୍ୟକ୍ରମ ରେ ଥାନା ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି ଅବସରରେ ଥାନା ପରିସରରେ ତ୍ରିନାଥ ମନ୍ଦିର ପରିସରରେ ଥାନା ର ଭାରପ୍ରାପ୍ତ ନୀରିକ୍ଷକ ଶ୍ରୀ ଜେନା ଙ୍କ ଦ୍ଵାରା ଏକ ପରିବେଶ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ବରିଷ୍ଠ ନାଗରିକ ର ସଭ୍ୟ ମାନଙ୍କୁ ଆପ୍ୟାୟିତ କରାଯାଇଥିଲା। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026 ଦକ୍ଷତା ବିକାଶକୁ ନେଇ ବିଜେପି ସରକାରଙ୍କୁ ବିଜେଡିର ତୀବ୍ର ସମାଲୋଚନା by Proprietor Abhimanyu Maharana October 15, 2026