Home ଓଡ଼ିଶା ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅକାଳ ବିୟୋଗ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ବ୍ଲକ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୈଳବାଳା ସାହୁ ଙ୍କ ର ହ୍ରୃଦ୍ ଘାତରେ ଅକାଳ ବିୟୋଗ ଘଟି ଯାଇଛି। ଶ୍ରୀମତୀ ସାହୁଙ୍କ ର ହ୍ରୃଦ୍ ଘାତ ଜନିତ ସମସ୍ୟା ନେଇ ସେ ଗତ କାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅସ୍ତ୍ରୋପଚାର ସଫଳ ନ ହେବା ଫଳରେ ସେ ମ୍ରୃତ୍ୟୁ ବରଣ କରିଥିବା କୁହାଯାଉଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ପରେ ବିଦ୍ୟାଳୟ ପରିସରରେ ଏବଂ ବ୍ଲକ ଅନ୍ତର୍ଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମ୍ରୃତ ଶରୀର କୁ ଭୁବନେଶ୍ୱର ରୁ ଅଣାଯିବା ପରେ ସରସ୍ଵତୀ ଶିଶୁ ମନ୍ଦିର ରେଏବଂ ବାସସ୍ଥାନ ନଈରୀରେ ଶହଶହ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଶୋକାକୁଳ ପରିବେଶ ରେ ଶ୍ରଦ୍ଧା ସୁମନ ଜ୍ଞାପନ ପୂର୍ବକ ଶେଷ ବିଦାୟ ଦିଆ ଯାଇଥିଲା । ନଈରୀ ସ୍ଥିତ ଗ୍ରାମ ଶ୍ମଶାନରେ ତାଙ୍କ ର ଶବ ସତ୍ କାର କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅଶ୍ଵିନୀ କୁମାରଥ ମହାପାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଏବଂ ସ୍ଵର୍ଗତା ଶୈଳବାଳା ସାହୁ ଙ୍କ ସ୍ଵାମୀ ଆଇନଜୀବୀ ସନ୍ତୋଷ କୁମାର ସାହୁ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଗୌରମଣି ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ଭଜନ ସମାରୋହ by Proprietor Abhimanyu Maharana October 1, 2026 ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 1, 2026 ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେଜିଲ୍ଲପାଳ ଙ୍କୁ ୧୨ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ by Proprietor Abhimanyu Maharana October 1, 2026 ଗୁମ୍ମା ବ୍ଲକ ସେରଙ୍ଗ ଗ୍ରାମରେ ଫୁଡ୍ ସେଫ୍ଟି ବିଭାଗ ର ଚଢ଼ାଉହୋଟେଲ ଓ ବିଭିନ୍ନ ଦୋକାନରୁ ଖାଦ୍ୟ ନମୁନା ସଂଗ୍ରହ, ମାନ ପରୀକ୍ଷଣ ପାଇଁ ପଠାଯିବ by Proprietor Abhimanyu Maharana October 1, 2026 ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ by Proprietor Abhimanyu Maharana October 1, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣାରେ ୧୨ ଗିରଫ by Proprietor Abhimanyu Maharana October 1, 2026