Home ଓଡ଼ିଶା ରାମଗିରି ରେ ପଡିଲା ଭାରତ ବନ୍ଦ ର ସମ୍ପୂର୍ଣ ପ୍ରଭାବ ତା ସହିତ ବନ୍ଦ ହେଲା ସାପ୍ତାହିକ ହାଟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ସୁପ୍ରିମକୋର୍ଟଙ୍କ ସାତଜଣିଆ ଖଣ୍ଡପିଠ ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଜନଜାତି ବର୍ଗଙ୍କ କୋଟା (ସଂରକ୍ଷଣ ) ଭିତରେ କୋଟା, ଜାତି ଭିତରେ ଉପଜାତି ସୃଷ୍ଟି କରିବା ପାଇଁ ୧ ଅଗଷ୍ଟ ୨୦୨୪ ତାରିଖରେ ଦେଇଥିବା ରାୟ ସାମ୍ବିଧାନିକ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଗଜପତି ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ରାମଗିରି ଅଞ୍ଚଳର ଶତାଧିକ ସମର୍ଥକ ମାନେ ସକାଳ ଛଅ ଘଣ୍ଟା ଠାରୁ ରାମଗିରି ଗାନ୍ଧୀ ଛକରେ ଉପସ୍ଥିତ ହୋଇ ଛେଳିଗଡ଼ ରାମଗିରି/ରାମଗିରି ପାରଳାଖେମୁଣ୍ଡି ରାସ୍ତା ଅବରୋଧ କରି ଚକା ବନ୍ଦ କରାଯାଇ ବିଭିନ୍ନ ନାରାବାଜି ଦେଇ ନଗର ପରିକ୍ରମା କରିବା ସହିତ ଦୋକାନ ବଜାର ବନ୍ଦ ରହିବା ସହ ସାପ୍ତାହିକ ହାଟ ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି l ସୁପ୍ରିମକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ଏହି ରାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସାମ୍ବିଧାନିକ ଏହା ମୂଳ ସମ୍ବିଧାନର ଧାରା ୩୪୧ (ଅନୁସୂଚୀତ ଜାତି ) ଏବଂ ଧାରା ୩୪୨ (ଅନୁସୂଚୀତ ଜନଜାତି )ବିରୋଦ୍ଧାଚରଣ କରୁଅଛି ବୋଲି ଗୋପାଳ କୃଷ୍ଣ ଦଳେଇ , ରଘୁନାଥ ବଡମୁଣ୍ଡି , ଶ୍ରୀଧର ପ୍ରଧାନ , କିଶୋର ଚନ୍ଦ୍ର ପ୍ରଧାନ , ବନମାଳୀ ଶବର , ବିରୋଜା ମଣ୍ଡଳ , ତାପସ ରାଇତ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଷଡଯନ୍ତ୍ର କାରୀ ରାୟ ସରକ୍ଷଣ ଭିତରେ ଏବଂ ବର୍ଗୀକରଣ କରାଯାଇପାରିବ ବୋଲି ରାଜ୍ୟ ସରକାର ମାନଙ୍କୁ ନିର୍ଦେଶ ଦେଇ ଆମ ଏସ ଟି /ଏସ ସି ମାନଙ୍କୁ ଦୁର୍ବଳ କରିବା , ତାଙ୍କ ଏକତା ଏବଂ ଅଖଣ୍ଡତାକୁ ସମାସ୍ତ କରିବାର ପାଇଁ ଏକ ବୃହତ ଷଡଯନ୍ତ୍ରର ଜାଲ ବିଛାଇ ଏସ ଟି /ଏସ ସି ମାନଙ୍କର ସଂରକ୍ଷଣ କୁ ଗୋଟିଏ ପିଢି ରେ ସୀମିତ ରଖିବା ଏବଂ ସଂରକ୍ଷଣ କୁ ପରୋକ୍ଷ ଭାବେ ସମାସ୍ତ କରିବାର ଷଡଯନ୍ତ୍ର କରାଯାଇଅଛି ଏବଂ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଜିଲ୍ଲା ଆଦିବାସୀ ମହାସଂଘ ଗଜପତି ଦୃଢ ନିନ୍ଦା କରିବା ସହିତ ଏସ ଟି /ଏସ ସି ବର୍ଗଙ୍କ ବୃହତ ସ୍ବାର୍ଥ ପାଇଁ ଆଜି ଭାରତ ବନ୍ଦ ଡାକରକୁ ପୂର୍ଣମାତ୍ରାରେ ଦୃଢ ସମର୍ଥନ କରାଯାଇଛି । ଏବଂ ରାମଗିରି ଶ୍ରୀ ରାମେଶ୍ୱର ବଣିକ ସଙ୍ଘର ବ୍ୟବସାୟୀ ଭାଇ ମାନଙ୍କୁ ଏହି ଭାରତ ବନ୍ଦ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ଆଦିବାସୀ ଏକତା ମହାସଂଘ ତରଫରୁ ଧନ୍ୟବାଦ ଜ୍ଞାପନ ଦିଆଯାଇଛି l ଶାନ୍ତି ଶୃଙ୍ଖଳା ଓ ଅପ୍ରିତିକର ପରିସ୍ଥିତି କୁ ଆଖିଆଗରେ ରଖି ରାମଗିରି ଥାନା ଅଧିକାରୀ ଡି. ଗଜପତି ଦୋରା ଏନ ଏ ଏସ ଆଇ କେ. ଶଙ୍କର ସଦଳବଳେ ଉପସ୍ଥିତ ଥିଲେ ଏବଂ ତହସିଲଦାର ଜୋତିର୍ମୟ ଦାସ ଓ ରା. ଉଦୟଗିରି ଥାନା ଅଧିକାରୀ ତଦାରଖ କରିଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026