Home ଓଡ଼ିଶା ଆଗାମୀ ଅଲମ୍ପିକ ରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି – ନବୀନ ପଟ୍ଟନାୟକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଦେଶ ର ଗୌରବ କୁ ଆହୁରି ଉଚ୍ଚ କୁ ନେବା ପାଇଁ ଖେଳାଳୀ ଙ୍କୁ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ l ନବୀନ ନିବାସ ରେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଦଳ ଓଡିଶା ବାସୀଙ୍କ ସମର୍ଥନ ହିଁ ଆମକୁ ପ୍ରେରଣା ଓ ଶକ୍ତି ଯୋଗାଇଛି l ଓଡିଶା ର ସହଯୋଗ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରିପାଇଛି ଖେଳାଳୀ l ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅଲିମ୍ପିକ ରେ ବ୍ରୋଂଜ଼ ପଦକ ବିଜୟୀ ଭାରତୀୟ ହକି ଦଳ ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତୀର୍କୀ ଙ୍କ ନେତୃତ୍ୱ ରେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ନବୀନ ନିବାସ ରେ ଭେଟି ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବ କୁ ଆହୁରି ଉଚ୍ଚା କୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଆଗାମୀ ଅଲମ୍ପିକ ରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ l ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ଉପାୟନ ଓ ରୁପା ତାରାକସି ର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଖେଳାଳୀ ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ଶ୍ରୀ ପଟ୍ଟନାୟକ ଙ୍କୁ ପ୍ରଦାନ କରିଥିଲେ l ସମ୍ବର୍ଦ୍ଧନା ର ଉତ୍ତର ଦେଇ ଖେଳାଳୀ ମାନେ କହିଥିଲେ ଯେ ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶା ବାସୀଙ୍କ ନିକଟରେ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ l ଯେତେବେଳେ ହକି ପାଇଁ କେହି ପ୍ରୟୋଜକ ଆଗେଇ ଆସି ନ ଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ଥିଲେ ଏବଂଓଡିଶା ଭାରତୀୟ ହକି ଦଳ ର sponsorship ଦାୟିତ୍ୱ ନେଇଥିଲା l ଯାହାର ଫଳଶୃତି ସ୍ୱରୂପ ଆଜି ଅଲମ୍ପିକ ରେ ଭାରତୀୟ ହକି ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇ ପାରିଛି l ଓଡିଶା ବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରି ପାଇଛି ବୋଲି ଖେଳାଳୀ ମାନେ ପ୍ରକାଶ କରିବା ସହ ଶ୍ରୀ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ l Categories: ଓଡ଼ିଶା, କ୍ରୀଡ଼ା, ଖେଳ, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ by Proprietor Abhimanyu Maharana July 31, 2026 ବାଲିଗୁଡ଼ାରେ ଦୁଇ ଡକାୟତ ଗିରଫ୍ by Proprietor Abhimanyu Maharana July 31, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 31, 2026 ବ୍ରହ୍ମଗିରି ତହସିଲରେ ଲାଞ୍ଚ ନେଇ ୨ ଗିରଫ by Proprietor Abhimanyu Maharana July 31, 2026 ପରିବର୍ତ୍ତନ ଓଡ଼ିଶା ପକ୍ଷରୁ ଆନିମେସନ ଫିଲ୍ମ ବିରୋଧରେ ପ୍ରତିବାଦ by Proprietor Abhimanyu Maharana July 31, 2026 ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ by Proprietor Abhimanyu Maharana July 31, 2026