Home ଓଡ଼ିଶା ଆଗାମୀ ଅଲମ୍ପିକ ରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି – ନବୀନ ପଟ୍ଟନାୟକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଦେଶ ର ଗୌରବ କୁ ଆହୁରି ଉଚ୍ଚ କୁ ନେବା ପାଇଁ ଖେଳାଳୀ ଙ୍କୁ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ l ନବୀନ ନିବାସ ରେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଦଳ ଓଡିଶା ବାସୀଙ୍କ ସମର୍ଥନ ହିଁ ଆମକୁ ପ୍ରେରଣା ଓ ଶକ୍ତି ଯୋଗାଇଛି l ଓଡିଶା ର ସହଯୋଗ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରିପାଇଛି ଖେଳାଳୀ l ୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅଲିମ୍ପିକ ରେ ବ୍ରୋଂଜ଼ ପଦକ ବିଜୟୀ ଭାରତୀୟ ହକି ଦଳ ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତୀର୍କୀ ଙ୍କ ନେତୃତ୍ୱ ରେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ନବୀନ ନିବାସ ରେ ଭେଟି ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବ କୁ ଆହୁରି ଉଚ୍ଚା କୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଆଗାମୀ ଅଲମ୍ପିକ ରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ l ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ଉପାୟନ ଓ ରୁପା ତାରାକସି ର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଖେଳାଳୀ ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ଶ୍ରୀ ପଟ୍ଟନାୟକ ଙ୍କୁ ପ୍ରଦାନ କରିଥିଲେ l ସମ୍ବର୍ଦ୍ଧନା ର ଉତ୍ତର ଦେଇ ଖେଳାଳୀ ମାନେ କହିଥିଲେ ଯେ ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶା ବାସୀଙ୍କ ନିକଟରେ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ l ଯେତେବେଳେ ହକି ପାଇଁ କେହି ପ୍ରୟୋଜକ ଆଗେଇ ଆସି ନ ଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ଥିଲେ ଏବଂଓଡିଶା ଭାରତୀୟ ହକି ଦଳ ର sponsorship ଦାୟିତ୍ୱ ନେଇଥିଲା l ଯାହାର ଫଳଶୃତି ସ୍ୱରୂପ ଆଜି ଅଲମ୍ପିକ ରେ ଭାରତୀୟ ହକି ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇ ପାରିଛି l ଓଡିଶା ବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରି ପାଇଛି ବୋଲି ଖେଳାଳୀ ମାନେ ପ୍ରକାଶ କରିବା ସହ ଶ୍ରୀ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ l Categories: ଓଡ଼ିଶା, କ୍ରୀଡ଼ା, ଖେଳ, ଖୋର୍ଦ୍ଧା, ମହାନଗର, ହୋମ୍ Related Content ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା : ୬୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ by Proprietor Abhimanyu Maharana November 1, 2026 ଗାଁ ସମ୍ପୂର୍ଣ ଅନ୍ଧାର, ବିପନ୍ନଙ୍କୁ ମିଳୁଛି ଗୋଳିଆ ପାଣି by Proprietor Abhimanyu Maharana November 1, 2026 ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍ କର୍ମଶାଳା : ଆଇଏପି ଓଡ଼ିପେଡିକନ୍ ୨୦୨୬ର ଏକ ପ୍ରାକ୍ - ସମ୍ମିଳନୀ କର୍ମଶାଳା by Proprietor Abhimanyu Maharana November 1, 2026 Basic Pediatric Ventilation Workshop – A Pre-Conference Workshop of IAP ODIPEDICON 2026 by Proprietor Abhimanyu Maharana November 1, 2026 ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026