୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡିଆ :-> ଗାଆଁ ଗାଁରେ ଲୋକଙ୍କୁ ରୁଣ ଟଙ୍କା ଦେଇ ସୁଧ ସହ ସଂଗ୍ରହ କରି ପୁନଃ ଫାଇନାନ୍ସ ବ୍ୟାଙ୍କରେ ଜମା କରୁଥିଲେ ଟଙ୍କା। ହେଲେ ଅର୍ଥ ଲୋଭ ଯେ ଚରିତ୍ରକୁ ବିକାରଗ୍ରସ୍ତ କରିଦବ ଆଉ ନିଜେ କାମ କରୁଥିବା ଫାଇନାନ୍ସ ବ୍ୟାଙ୍କର ଟଙ୍କା ହଡପ ଯୋଜନା କରି ଏହି ଯୋଜନାରେ ପୁଣି ନିଜେ ଫସିବାର ବିସ୍ମୟ କଲାଭଳି ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ପଡିଆ ବ୍ଲକରେ। ସୁଚନା ଅନୁଯାୟୀ ଗତ ୧୬ ତାରିଖ ସନ୍ଧ୍ୟା ସମୟରେ ଭାରତ ଫାଇନାନ୍ସ ନାମକ ଏକ ରୁଣ ପ୍ରଦାନ କାରୀ ବ୍ୟାଙ୍କର ଚୟନ ମଣ୍ଡଲ ଓ ସୂରଜ ସରକାର ନାମକ ଦୁଇ ଜଣ କର୍ମଚାରୀ ପଡିଆ ବ୍ଲକ ଅନ୍ତର୍ଗତ ଏମପିଭି ୬୬ ଗ୍ରାମ ଓ ଆଖପାଖ ଅଞ୍ଚଳରେ ରୁଣ ଗ୍ରହଣ କରିଥିବା ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରି କାଲିମେଳା ଅଭିମୁଖେ ଫେରୁଥିଲେ l
