Home ଓଡ଼ିଶା ରାସ୍ତା ଓ ସେତୁ କାର୍ଯ୍ୟ ବିଳମ୍ବ ନେଇ ବିଧାନସଭାରେ ସ୍ୱର ଉଠାଇଲେ – ଦଶପଲ୍ଲା ବିଧାୟକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜନସାଧାରଣ ଙ୍କ ମୁହଁରେ ଗୋଟିଏ କଥା ଏଭଳି ବିଧାୟକ ପାଇ ଆମେ ଗର୍ବିତ ୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବିଧାନସଭାରେ ସ୍ୱର ଉଠାଇ ଚର୍ଚ୍ଚାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ଯାହାକୁ ନେଇ ଦଶପଲ୍ଲା ବିଧାୟକ ଙ୍କ ପ୍ରତି ଜନସାଧରଣଙ୍କର ରହିଛି ଅକୁଣ୍ଠ ଭଲ ପାଇବା।ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଠାରୁ ଜଗନ୍ନାଥପ୍ରସାଦ ରାସ୍ତାର ବ୍ରିଜ୍ ନିର୍ମାଣ ୩ ବର୍ଷ ହେଲା ବିଳମ୍ବକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ ଅଞ୍ଚଳବାସୀ ୫୭ ଜାତୀୟ ରାଜପଥ ସୋରଡ଼ା ଠାରେ ୩ ଥର ରାସ୍ତା ଅବରୋଧ କରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ନହେବାରୁ ଲୋକମାନେ ଯାତାୟତରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏ ସମସ୍ୟା ବିଷୟ ବିଧାୟକଙ୍କୁ ଗତ ସମିତି ବୈଠକରେ ଲୋକପ୍ରତିନିଧି ମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଦୁରାଙ୍ଗ ଠାରୁ କୋସଳାଙ୍ଗ ଭାୟl ଜିଗିନିପଡ଼ା PMGSY ରାସ୍ତା ଓ ସୋରଡ଼ା ଗ୍ରାମପଞ୍ଚାୟତ ଅଧୀନରେ ଥିବା ବେଲପା ନାଳ ଉପରେ ନିର୍ମାଣଧିନ ସେତୁ ଓ ସଲଗ୍ନ ରାସ୍ତାର ନିର୍ମାଣ କାର୍ଯ୍ୟ କେବେ ସୁଦ୍ଧା ଶେଷ କରିବା ପାଇଁ ଚୁକ୍ତିନାମା କରାଯାଇଥିଲା ଓ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ନହେବାରୁ କେବେ ପର୍ଯ୍ୟନ୍ତ ସମୟକୁ ପୂର୍ଣ୍ଣବର୍ଧିତ କରାଯାଇଛି ଏବଂ କାର୍ଯ୍ୟର ଅହେତୁକ ବିଳମ୍ବ ହେତୁ କାର୍ଯ୍ୟାଦେଶକୁ ବାତିଲି କରିବା ପାଇଁ ଜିଲ୍ଲା ସ୍ତରରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇ ପୁନଃ ଟେଣ୍ଡର ମାଧ୍ୟମରେ ଅବଶିଷ୍ଟ କାର୍ଯ୍ୟକୁ ସମ୍ପୂର୍ଣ କରିବା ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶ୍ନ କରିଥିଲେ । ଏହି ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ମୁଦୁରାଙ୍ଗ ଠାରୁ କୋଷଳାଙ୍ଗ ଭାୟା ଜିଗିନିପଡ଼ା ରାସ୍ତାର ଅବଧି ୦୭/୦୩/୨୩ ଓ ବେଲପା ନାଳ ଉପରେ ନିର୍ମାଣ ଧିନ ସେତୁ ଓ ସଲଗ୍ନ ରାସ୍ତାର ନିର୍ମାଣ କାର୍ଯ୍ୟ ୨୪/୦୮/୨୨ ସୁଦ୍ଧା ଶେଷ କରିବା ପାଇଁ ଚୁକ୍ତିନାମା କରାଯାଇଥିଲା । କିନ୍ତୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ ନହେବାରୁ ଉଭୟ କାର୍ଯ୍ୟ ପାଇଁ ୩୦/୦୯/୨୪ ପର୍ଯ୍ୟନ୍ତ ସମୟସୀମା କୁ ପୁନହ ବର୍ଦ୍ଧିତ କରାଯାଇଅଛି । ଯଦି ପୁନଃ ବର୍ଦ୍ଧିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ହୋଇ ନ ପାରିଲେ, ଚୁକ୍ତିନାମାର ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026