ଜନ୍ମ ଦିନରେ ବୃକ୍ଷ ରୋପଣ କରି  ସଚେତନତା ସୃଷ୍ଟି କଲେ ଯୁବ ଶିକ୍ଷକ

୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :->  ବେଗୁନିଆ ବ୍ଲକ କଣ୍ଟାବାଡ ପଂଚାୟତ ଅନ୍ତର୍ଗତ କାଚେରା ଗ୍ରାମର ଯୁବ ଶିକ୍ଷକ ଶିବାଜିତ ମହାନ୍ତି(୨୭) ପରିବେଶକୁ ସୁରକ୍ଷା କରିବା ପାଇଁ ବଡ଼ଭାଇ ଅଧ୍ୟାପକ ବିଶ୍ୱଜିତଙ୍କ ପ୍ରେରଣାରେ ଜନ୍ମ ଦିନରେ ବୃକ୍ଷ ରୋପଣ କରି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିବାରେ ଲାଗି ପଡିଛନ୍ତି। ଯୁବ ଶିକ୍ଷକ ଶ୍ରୀ ମହାନ୍ତିଙ୍କ ସୂଚନା ଅନୁଯାୟୀ ୨୦୦୯ ମସିହାରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ

ପରିବେଶ ସୁରକ୍ଷା ପ୍ରତି ଆକୃଷ୍ଟ ହୋଇ ବଡଭାଇଙ୍କ ପ୍ରେରଣା ପାଇ ପ୍ରତି ବର୍ଷ ଜନ୍ମ ଦିନରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା ସହ ବର୍ତ୍ତମାନ ସୁଦ୍ଧା ଯୁବପିଢି ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି। ଏପରିକି ଗଛ ଗୁଡ଼ିକର ଯତ୍ନ ନେବା ପାଇଁ ତାର ବାଡ ଦେବା ସହ ସୁରକ୍ଷା ଯୋଗାଇ ଦେଇ ଆସୁଛନ୍ତି। ଏତଦ ବ୍ୟତୀତ ଶିକ୍ଷାଦାନ ସହିତ ଉଚ୍ଚ ଆଶା ନେଇ ପାଠ ପଢ଼ାରେ ମନୋନିବେଶ କରୁଛନ୍ତି ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି ।

Exit mobile version