ଅବକାରୀ ଥାନା ନୂତନ ଗୃହ ନିର୍ମାଣକୁ ପୁରିଲାଣି ଏକ ବର୍ଷ, ତଥାପି ଭଡ଼ା ସୂତ୍ରରେ ଚଲିଛି କାର୍ଯ୍ୟାଳୟ

୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :-> ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲା ଗ୍ରାମରେ ଏକ ବର୍ଷ ହେବ ଅବକାରୀ ଥାନା କାର୍ଯ୍ୟାଳୟ ନିର୍ମାଣ ସରିଥିଲେ ମଧ୍ୟ ଭଡ଼ା ସୂତ୍ରରେ ବର୍ତ୍ତମାନ ସୁଦ୍ଧା ଚାଲିଛି।ଯାହାକି ନୂତନ ଗୃହକୁ ନ ଆସି ଭଡାଘରେ ଚାଲିବା ପଛରେ କଣ ରହସ୍ୟ ରହିଛି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏହି ଅବକାରୀ ଥାନାର କାର୍ଯ୍ୟାଳୟ ଆରମ୍ଭ ଦିନଠାରୁ ବେଗୁନିଆ ଡାକଘର ପଛପଟେ ଥିବା ଏକ ଗଳିରେ ଅନୁପଯୁକ୍ତ ଓ ସଂକୀର୍ଣ୍ଣ ଘରେ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଲୋକ ଏବେ ସୁଦ୍ଧା ଅବକାରୀ ଥାନା କେଉଁଠାରେ ଚାଲିଛି ତାହା ଜାଣି ପାରି ନାହାନ୍ତି ।ଏଥିରେ କର୍ମଚାରୀମାନେ ବସିବା ପାଇଁ ଅସୁବିଧାର ସମ୍ମୁଖିନ ହେଉ ଥିବାବେଳେ ଅଭିଯୁକ୍ତ ମାନଙ୍କୁ ରଖିବା ପାଇଁ ମଧ୍ୟ କୌଣସି  ପ୍ରକାର ବ୍ୟବସ୍ଥା ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ମାନେ ଖସି ଯାଉଛନ୍ତି ।

ଖୋର୍ଦ୍ଧାର କିଛି ଅଞ୍ଚଳ, ବେଗୁନିଆ ଓ ବୋଲଗଡ଼କୁ  ନେଇ  ଥାନା କାର୍ଯ୍ୟ କରୁଥିବାରୁ ପ୍ରଶାସନିକ ସ୍ତରରେ ଗାଡିଟିଏ ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ତେବେ ଜଣେ ନୀରିକ୍ଷକ ଥାନା ଦାୟିତ୍ୱରେ ରହିବା ପାଇଁ ଥିବାବେଳେ କେବଳ ଜଣେ ଉପନୀରିକ୍ଷକ ଥାନା ଦାୟିତ୍ୱରେ ରହି କାର୍ଯ୍ୟକୁ କରୁଛନ୍ତି। ଏତଦ ବ୍ୟତୀତ ଆବଶ୍ୟକ ସଂଖ୍ୟକ କର୍ମଚାରୀ  ନ ଥାଇ ସହକାରୀ ଉପନୀରିକ୍ଷକ ଓ  ସିପାହୀ ରହିଥିବା ବେଳେ  କର୍ମଚାରୀ ଅଭାବରୁ ଉପଯୁକ୍ତ ସମୟରେ ବିଭିନ୍ନ ସ୍ଥାନରେ ଚଢାଉ କରିବାରେ  ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି।ଫଳରେ ସ୍ଥାନୀୟ ଅଞ୍ଚଳରେ ମଦ ବେପାରୀ ମାନେ ସୁଯୋଗ ନେଇ ଫାଇଦା ଉଠାଇବାରେ ଲାଗି ପଡ଼ିଛନ୍ତି । ଅପର ପକ୍ଷରେ ଅବକାରୀ ଥାନାର ନିଜସ୍ୱ ଗୃହ ନିର୍ମାଣ ସରି ଯାଇଥିବାରୁ କାର୍ଯ୍ୟାଳୟ ନ ଚାଲି ତାଲା ପଡି ରହିଥିବାର ଦେଖିବାକୁ ମିଳୁଥିବା ସ୍ଥଳେ ଭଡ଼ା ଘରେ ଚାଲୁଥିବା ଯୋଗୁଁ ସରକାରଙ୍କ ଅଯଥା ଅର୍ଥର ବ୍ୟୟ କରୁଛନ୍ତି । ଏହାକୁ ନେଇ ଜନସାଧାରଣ  ନା ପସନ୍ଦ କରିବା ସହିତ ତୁରନ୍ତ ନୂତନ ଗୃହରେ ଥାନା କାର୍ଯ୍ୟାଳୟ ଖୋଲିବାକୁ ଦାବି କରିଛନ୍ତି ।

Exit mobile version