ପ୍ରକୃତ ଟିକେଟ୍ ଧାରୀ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ୱାରା ନିୟମିତ ଟିକେଟ୍ ଯାଞ୍ଚ।

୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଖୋର୍ଦ୍ଧା-ଜଟଣୀ  :->  ଟ୍ରେନ୍ ମାଧ୍ୟମରେ ଟିକେଟ୍ ବିହୀନ ଏବଂ ଅନିୟମିତ ଟିକେଟ୍ ଯାତ୍ରାକୁ ପ୍ରତିବାଦ କରିବା ପାଇଁ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ୱାରା ବିଭିନ୍ନ ରେଳ ଷ୍ଟେସନ ଏବଂ ଟ୍ରେନ ଗୁଡ଼ିକରେ ନିୟମିତ ଟିକେଟ୍ ଯାଞ୍ଚ ଅଭିଯାନ ଆରମ୍ଭ କରା ଯାଇଛି I ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା, ଏହି ଟିକେଟ୍ ଯାଞ୍ଚ ଅଭିଯାନ କୁ ନଜର ରଖିଛନ୍ତି ଏବଂ ପ୍ରକୃତ ଟିକେଟ୍ ଧାରୀ ଯାତ୍ରୀ ମାନଙ୍କ ପାଇଁ ଆରାମ ଦାୟକ ଯାତ୍ରା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହା କାର୍ଯ୍ୟକାରୀ କରାଯାଉଛି।

ଆଜି ପଟିଆ ପାସେଞ୍ଜର ହଲ୍ଟ ଏବଂ ବାରଙ୍ଗ ରେଳ ଷ୍ଟେସନରେ ଚାଲିଥିବା ଏକ ଆମ୍ବୁଶ୍ (ଅଚାନକ) ଟିକେଟ୍ ଯାଞ୍ଚ ସମୟରେ ୨୫୨ ଟି ବିନା ଟିକେଟ୍ ଏବଂ ଅନିୟମିତ ଟିକେଟ୍ ଯାତ୍ରୀ ଚିହ୍ନଟ ହୋଇଥିଲେ ଏବଂ ଏହି ଯାତ୍ରୀ ମାନଙ୍କ ଠାରୁ ଭଡା ସହିତ ଜୋରିମାନା ଆକାରରେ ୬୭,୪୩୫(ସତସଠି ହଜାର ଚାରିଶହ ପଞ୍ଚତିରିଶୀ) ଟଙ୍କା ସଂଗ୍ରହ କରାଯାଇଥିଲା।

ବାରଙ୍ଗ ରେଳ ଷ୍ଟେସନରେ ଆମ୍ବୁଶ୍ ଟିକେଟ୍ ଯାଞ୍ଚ ସମୟରେ ଶ୍ରୀ ଏଚ୍ ଏସ ବାଜ୍ଵା, ଡିଆରଏମ୍, ଖୋର୍ଦ୍ଧାରୋଡ଼, ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣୀଜ୍ୟ ପ୍ରବନ୍ଧକ, ଶ୍ରୀ ଅନୀଲ କୁମାର ଏସ୍, ପ୍ରମୁଖ ବ୍ୟକ୍ତିଗତ ଭାବରେ ଉପସ୍ଥିତ ଥିଲେ। ପ୍ରାଧିକୃତ ଯାତ୍ରୀ ମାନଙ୍କୁ କୌଣସି ଅସୁବିଧା ନକରି ଟିକେଟ୍ ଯାଞ୍ଚ କରିବାକୁ ସେ, ଟିକେଟ୍ ଯାଞ୍ଚ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସମସ୍ତ ଯାତ୍ରୀଙ୍କୁ ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଉପଯୁକ୍ତ ଟିକେଟ୍ / ପ୍ରାଧିକରଣ ସହିତ ଟ୍ରେନରେ ଯାତ୍ରା କରିବା ପାଇଁ ଅନୁରୋଧ କରିଛନ୍ତି।

Exit mobile version