ବିଦାୟ କାଳୀନ ସମାରୋହ

୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ  :->  ହିଞ୍ଜିଳିକାଟୁ ବ୍ଲକ ରାଳବ ପଞ୍ଚାୟତରେ ବୁଧବାର ଏକ ଭାବ ଓ ଭବ୍ୟ ବିଦାୟ କାଳୀନ ସମାରୋହ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ରଶ୍ମିତା ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ଶଙ୍କର ନାରାୟଣ ସୁବୁଦ୍ଧି, ପୂର୍ବ ବୈଷୟିକ ପରାମର୍ଶଦାତା ଡ଼ଃ ହର୍ଷ ମାଧବ କର ଓ ପୂର୍ବ ଯୋଗାଣ ସହାୟକ ସନ୍ତୋଷ କୁମାର ନାୟକ ପ୍ରମୁଖ ମଞ୍ଚସୀନ ଥିଲେ।

ଏହି ଅବସରରେ ଗ୍ରାମବାସୀଙ୍କ ସହଯୋଗ ଓ ଦୁଇ ଅଧିକାରୀଙ୍କ ପ୍ରଚେଷ୍ଟା ବଳରେ ପଞ୍ଚାୟତରେ ବହୁ ଉନ୍ନୟନ ପ୍ରକଳ୍ପର କ୍ରିୟାଶୀଳ ହୋଇଥିବା ବେଳେ ସରକାରଙ୍କ ଲୋକ ହିତକର ଯୋଜନାରେ ଆଲପୁର ଓ ରାଳବ ଗ୍ରାମର ହିତାଧୀକାରୀ ମାନେ ଉପକୃତ ହୋଇଥିବା ମଞ୍ଚସୀନ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । କର୍ମ କ୍ଷେତ୍ରରେ ବିଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ଏଭଳି ଉତ୍ସର୍ଗିକୃତ ସେବା ମନୋଭାବ ସବୁବେଳେ ପ୍ରଶଂସନୀୟ ଅଟେ ବୋଲି ଅଭିହିତ କରିବା ସହ ସେମାନଙ୍କ କର୍ମମୟ ଜୀବନର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

 

ପରେ ବୈଷୟିକ ପରାମର୍ଶଦାତା ଡ଼ଃ ହର୍ଷ ମାଧବ କର ଓ ଯୋଗାଣ ସହାୟକ ସନ୍ତୋଷ କୁମାର ନାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନ ପ୍ରଦର୍ଶନ ସହ ଭାବ ଓ ଭବ୍ୟ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଡି.ଅଶୋକଙ୍କୁ ସରପଞ୍ଚ ଶ୍ରୀମତୀ ପ୍ରଧାନ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଗନ୍ତାୟତ ଦଳାଇ, ବିଏଫଟି ବୃନ୍ଦାବନ ଗୌଡ଼,କାଳୀ ଚରଣ ଦଳାଇ, ମନୋଜ କୁମାର ପୋଲେଇ, ସୁଭ୍ରକେଶ ଦଳାଇ, ସୁବାସ ଚନ୍ଦ୍ର ରାଉତଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Exit mobile version