ଭାରତ ବନ୍ଦ ପାଳନ

୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :->  ଗୁଣପୁର, ରାମନାଗୁଡ଼ା, ପଦ୍ମପୁର, ଗୁଡାରୀ ବ୍ଲକ୍ ଅଣ କୋଣ ଗ୍ରାମରେ ଟାୟର୍ ଜ୍ବାଳି ଚକା ବନ୍ଦ, ହକ ବନ୍ଦ ପାଳନ ଅନୁଷ୍ଠିତ ହୋଇଛି। ଆଦିବାସୀ ଜାତି, ଜନ ଜାତି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ଆସିଥିବା ରାୟ ଅତ୍ୟନ୍ତ ଦୁର୍ଭାଗ୍ଯ ଜନକ ଏବଂ ଅସାମ୍ବିଧାନିକ, ମୂଳ ସମ୍ବିଧାନର ଧାରା-୩୪୧ ଏବଂ ଧାରା-୩୪୨କୁ ବିରୁଦ୍ଧାଚରଣ କରୁଅଛି । ଯାହା ଦ୍ବାରା ଏସି,ଏସ୍ ଟି ସଂରକ୍ଷଣ ଉପରେ ବର୍ଗିକରଣ କ୍ରିମିଲେୟରକୁ ପାର୍ଲିଆମେଣ୍ଟ ଏବଂ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇ ପାରିବ ନାହିଁ । କିନ୍ତୁ ଗତ ୦୧/୦୮/୨୦୨୪ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ଦ୍ବାରା ଏକ ତାହା ଭାବରେ ରିର୍ଜବେସନ ଭିତରେ ରିର୍ଜବେସନ ଏବଂ ବର୍ଗିକରଣ କରାଯାଇ ପାରିବ ବୋଲି ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏତ ଦ୍ବାରା ମୂଳ ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ଅପମାନିତ ସହିତ ଆଦିବାସୀ, ଦଳିତ ସମାଜର ଏକତାକୁ ଦୁର୍ବଳ କରିବା ସହ ଭାଇ ଚାରାକୁ ନଷ୍ଟ କରିବା ପାଇଁ ଚେ଼ଷ୍ଟା କରାଯାଇଛି। ଆଦିବାସୀ, ଦଳିତଙ୍କର ରିର୍ଜବେସନ କୁ ଗୋଟିଏ ପିଢିରେ ସୀମିତ ରଖିବା ଏବଂ ରିର୍ଜବେସନକୁ ପରୋକ୍ଷ ଭାବରେ ବନ୍ଦ କରିବାର ଷଡଯନ୍ତ୍ର କରୁଛନ୍ତି । ଏଣୁ ଆଦିବାସୀ, ଦଳିତ ଜନଜାତିର ହକ୍,ଅଧିକାର ବଞ୍ଚାଇବା ଆନ୍ଦୋଳନକୁ ବ୍ଲକ୍, ଜିଲ୍ଲା ମଧ୍ୟରେ ଭାରତ ବନ୍ଦ ମହା ବିଦ୍ୟାଳୟ, ବିଦ୍ୟାଳୟ,ୟୁନିଭରସିଟି, ବ୍ୟାଙ୍କ,ଅଫିସିଆଲ୍ ବଜାର, ଦୋକାନ,ଚଳା ଚଳ,

ଯାହାନ, ବାହାନବାହାନ ବନ୍ଦ କରାଯାଇଥିବା ଦେଖିବାକୁ ପାଇପାରୁଛୁ । ରାମନାଗୁଡ଼ା, ପଦ୍ମପୁର, ଗୁଣପୁର, ଗୁଡାରୀ ବ୍ଲକ୍ ଗ୍ରାମ ଗ୍ରାମ ସ୍ଥିତ ମଧ୍ୟରେ ହକ ବନ୍ଦ ଚକା ବନ୍ଦ ପାଳନ କରାଯାଇଛି। ଏସି,ଏସ୍ ଟି ଭାଇ, ଭଉଣୀ ଏବଂ ଗୁରୁ ଜନ ବୁଦ୍ଦି ଜୀବୀ ପୂର୍ବତନ ବିଧାୟକ ଶ୍ରୀ- ରଘୁନାଥ ଗମାଙ୍ଗ, ଶ୍ରୀ- ଅଶ୍ବିନୀ ଗମାଙ୍ଗ,ଜିଲ୍ଲା ପରିଷଦ ଶ୍ରୀ-ଇଗାନ ଶବର,ଓକିଲ ଶ୍ରୀ-କୈଳାସ ଶବର,ଓକିଲ ଶ୍ରୀ- ଜଗନ୍ନାଥ ଗମାଙ୍ଗ,ଓକିଲ ସଭାପତି, ପ୍ରତ୍ୟେକ ଗ୍ରାମପଞ୍ଚାୟତ ସ୍ତରୀୟ ସରପଞ୍ଚ ମହାଶୟ ଗଣ ତଥା ୱାର୍ଡ ମେମ୍ବର ଗଣ ଅନେକ ଗ୍ରାମରୁ ବହୁତ ସଂଖ୍ଯାରେ ଆସି ଭାରତ ବନ୍ଦ ପାଳନ କରିଥିଲେ, ଏବଂ ପୋଲିସ୍, ବାଟାଲିୟନର କର୍ମଚାରୀଗଣ ଭାରତ ବନ୍ଦ ପାଳନ ଅଂଶୀଦାର ହୋଇ ସହ ଯୋଗ କରୁଥିଲେ ।  

Exit mobile version