୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଦୂର୍ଗା ବଜାର ସନ୍ନିକଟ କୁଆଁରିଆ ବ୍ରିଜ ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ନେଇ ଗଣମାଧ୍ୟମରେ ତୁହାକୁ ତୁହା ଖବର ପ୍ରକାଶ ପାଇବା ପରେ ସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ କାର୍ଯ୍ୟ ମନ୍ଥର ଗତିରେ ଚାଲି ଥିବାରୁ ବ୍ୟସ୍ତ ବହୁଳ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିବା ସାଧାରଣରେ ଅଭିଯୋଗ ହେଉଛି । ଶନିବାର ଦିନ ଠାରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ରାସ୍ତା ମରାମତି ବେଳେ ପରିସ୍ଥିତି ଏଭଳି ହୋଇଥିଲା ଯେ, ଦୁଇ କଡ଼ରେ ଶତାଧିକ ଗାଡ଼ି ଠପ୍ ହୋଇ ଯାଇଥଲା ।

