Home ଓଡ଼ିଶା ଅଘୋଷିତ ବିଦ୍ୟୁତକାଟ ନେଇ ବଢୁଛି ଜନ ଅସନ୍ତୋଷ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକର ୪ ଗୋଟି ପଞ୍ଚାୟତକୁ ନୟାଗଡ ଜିଲ୍ଲା ଅନ୍ତର୍ଗତ ଇଟାମାଟି ସ୍ଥିତ ରାଜପାଟଣା ଗ୍ରାମଠାରେ ଥିବା ଉଚ୍ଚ ବିଦ୍ୟୁତ ଜଙ୍କସନଠାରୁ ବିଦ୍ୟୁତ୍ ବିତରଣ କରୁଅଛି । ବୋଲଗଡ ବ୍ଲକଅଞ୍ଚଳରେ ଦିନକୁ ଦିନ ଅଘୋଷିତ ବିଦୁତ୍ କାଟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ମାସ ୫ ଦିନ ଧରି ପ୍ରତିଦିନ ୧୦ ଥର ଠାରୁ ଅଧିକସମୟ ବିନା ସୂଚନାରେ ଅଘୋଷିତ ବିଦ୍ୟୁତ କାଟ ଦ୍ବାରା ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷୁରୁ ନୀରବ ଛିନ ବିଦୂତ୍ ସେବା ଯୋଗାଇବା ନିର୍ଦ୍ଦେଶ ଥିଲେ ମଧ୍ୟ ଟାଟା ପାୱାର ବୋଲଗଡ ବ୍ଲକ ଅଞ୍ଚଳରେ ବିଫଳ ହେବା ଉପଭୋକ୍ତାମାନେ ପ୍ରକାଶ କରିଛନ୍ତି । ବିଦୁତ୍ ଶକ୍ତି ବିନା ଛାତ୍ରଛାତ୍ରୀମାନଙ୍କ ପାଠ ପଢିବାରେ ସମସ୍ୟା,ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ପ୍ରଭାବିତ ଓ ରୋଗୀମାନେ ବିଶ୍ରାମ ନେବାରେ ବ୍ୟାହତ ସହିତ ବିଦୂତ୍ ଦ୍ଵାରା ବିଭିନ୍ନ ଜରୁରୀ କାର୍ଯ୍ୟ ଠପ୍ ହୋଇପଡୁଛି । ଭାଦ୍ରବ ମାସର ଦିନବେଳା ଗୁଳୁଗୁଳି ପ୍ରବଳ ହେଉଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବଡ ସମସ୍ୟା ଦେଖାଦେଇଛି । ବୋଲଗଡ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦୁତ୍ କାଟ ନେଇ ଟାଟା ପାୱାର ବିଦୁତ କମ୍ପାନୀର ମନମାନି ପଦାରେ ପଡ଼ିଛି । ବିଦ୍ୟୁତ କାଟ ପୂର୍ବରୁ ଜନସାଧାରଣ ମାନଙ୍କ ଅବଗତ ନିମନ୍ତେ ସୂଚନା ଦେବା ବାଧ୍ୟତା ମୂଳକ ଅଟେ । ବିନା ସୂଚନାରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଆଇନ ବିରୋଧ ଥିବା ବେଳେ କମ୍ପାନୀ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ କଠୋର ଜୋରିମନା ଦେବାର ନିୟମ ରହିଛି । ବୋଲଗଡ଼ ଅଞ୍ଚଳରେ ବିଦୁତ ଗ୍ରାହକମାନଙ୍କୁ ୨୪ ଘଣ୍ଟିଆ ବିଦୁତ୍ ସେବା ଯୋଗାଇବା ବିଫଳ ନେଇ ଉପଭୋକ୍ତାମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026 ଦକ୍ଷତା ବିକାଶକୁ ନେଇ ବିଜେପି ସରକାରଙ୍କୁ ବିଜେଡିର ତୀବ୍ର ସମାଲୋଚନା by Proprietor Abhimanyu Maharana October 15, 2026