୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଭାଇଚାରା ସହର କଟକର ବିଦ୍ୟାଧରପୁର ଅଞ୍ଚଳରେ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଭରସା ପରିବାର” ପକ୍ଷରୁ ବସ୍ତିରେ ରହୁଥିବା କୁନି କୁନି ପିଲାମାନଙ୍କ ମଧ୍ୟରେ ଭାତୃ ଓ ଭଗିନୀ ସମନ୍ଵୟକୁ ରୂପାନ୍ତରିତ କରି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ପକ୍ଷରୁ ସ୍ମୃତି ସାହୁ, ଯଶୋବନ୍ତ ମହାନ୍ତି, ଦେବାନନ୍ଦ ଦାଶ, ଉର୍ମିଳା ବେହେରା, ସୁନୀତା ବସ୍ତିଆ, ଅଜିତ୍ ଦାସ୍, ମହିମା ପ୍ରସାଦ ମହାନ୍ତି, ରାକେଶ ସାହୁ, ସ୍ୱାଗତିକା ସାହୁ, ସୂର୍ଯ୍ୟକାନ୍ତ ମହାରଣା, ବନ୍ଦନା ମହାରଣା, ଶୁଭଲକ୍ଷ୍ମି ବେହେରା ଓ ବିବେକାନନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
