ଆଖି ବୁଜିଲେ ମାହାଙ୍ଗା ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ରଶ୍ମିତା ଦାସ ଙ୍କ ମୃତ୍ୟୁ

ପୁଲିସ ଠାରୁ ବଦଲା ନେବାପାଇଁ ରଶ୍ମିତାଙ୍କୁ ମରଣ ମୁହଁକୁ ଠେଲି ଦେଇଛନ୍ତି ଷଡଯନ୍ତ୍ରକାରୀ ?

ଏହି ଆତ୍ମହତ୍ୟା ଉଦ୍ୟମକୁ ରୂପରେଖ ଦେଇଥିବା ଖଲନାୟକଙ୍କ ଅସଲ ମୁଖା ଖୋଲିବାକୁ ସାଧାରଣରେ ଦାବି ହୋଇଛି l

ଗୁମର ଖୋଲିବ ପିଡିତାଙ୍କ ମୋବାଇଲ ସିଡ଼ିଆର ଓ ହ୍ଵାଟ୍ସଆପ ଚାଟିଂ, ବଦଲା ନେବାପାଇଁ ମରଣ ମୁହଁକୁ ଠେଲିଦେଲେ କି ଷଡଯନ୍ତ୍ରକାରୀ ?

୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା  :-> ମାହାଙ୍ଗା ଥାନା ସମ୍ମୁଖରେ ଗତ ୧୬ତାରିଖ ମଧ୍ୟାହ୍ନ ରେ ପେଟ୍ରୋଲ ଢାଳିହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖର୍ତ୍ତାଙ୍ଗ ଗ୍ରାମର ରଶ୍ମିତା ଦାସ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଆଜି ମୃତ୍ୟୁବରଣ କରିଛନ୍ତି, ଏହି ଆତ୍ମହତ୍ୟା ଉଦ୍ୟମକୁ ରୂପରେଖ ଦେଇଥିବା ଖଲନାୟକଙ୍କ ଅସଲ ମୁଖା ଖୋଲିବାକୁ ସାଧାରଣରେ ଦାବି ହୋଇଛି,

ପୁଲିସ ଠାରୁ ପ୍ରତିଶୋଧ ନେବା ପାଇଁ କିଛି ଖଳ ଗୋଷ୍ଠୀ ଷଡ଼ଯନ୍ତ୍ର କରିଥିବା ଆଲୋଚନା ଜୋର ଧରିଛି, ରଶ୍ମିତାଙ୍କ ମୋବାଇଲ ସିଡ଼ିଆର ଓ ହ୍ଵାଟ୍ସଆପ ଚାଟିଂ ଯାଞ୍ଚ ହେଲେ ସବୁ ସତ ସାମ୍ନାକୁ ଆସିବ ବୋଲି ଦାବି ଜୋର ଧରିଛି, ପୁଲିସ ଠାରୁ ବଦଲା ନେବାପାଇଁ ରଶ୍ମିତାଙ୍କୁ ମରଣ ମୁହଁକୁ ଠେଲି ଦେଇଛନ୍ତି ଷଡଯନ୍ତ୍ରକାରୀ ? ଘଟଣାର ୬ଦିନପରେ କାହିଁକି ମୁହଁ ଖୋଲୁନି ପୁଲିସ,

କାହା ଚାପରେ ରହିଛି ପୁଲିସ, କାହାକୁ ବଞ୍ଚେଇବାକୁ ମୋବାଇଲ ତଦନ୍ତ ରିପୋର୍ଟ ସାର୍ବଜନୀନ କରୁନି ପୁଲିସ , ଏପରି ଅନେକ ପ୍ରଶ୍ନ ଉଠିଲାଣି, ଆତ୍ମାହୁତି ପୂର୍ବରୁ କାହାକାହା ସହ ପିଡିତା ଫୋନ ରେ କଥା ହୋଇଥିଲେ କଣ କଣ ଚାଟିଂ କରିଥିଲେ କାହିଁକି ଏହି ରିପୋର୍ଟ କୁ ଆଜି ଯାଏ ଚାପି ରଖିଛି ପୁଲିସ, .

ତୁରନ୍ତ ଏହାକୁ ସାର୍ବଜନୀନ କରାଯାଉ, ଲୋକ ମାନେ ଜଣାନ୍ତୁ ପ୍ରକୃତ ଏହି ସମ୍ବେଦନ ଶୀଳ ଘଟଣା ପଛର କଳାପାହାଡ଼ କିଏ, ତୁରନ୍ତ ତଦନ୍ତ ରିପୋର୍ଟ ପୁଲିସ ସାର୍ବଜନୀନ ନକଲେ ଆଗାମୀ ଦିନରେ ଥାନା ଘେରାଉ କରାଯିବ ବୋଲି ମାହାଙ୍ଗା ସଚେତନଶୀଳ ନଗରିବ ବୁଦ୍ଧିଜୀବି ମଞ୍ଚ ପକ୍ଷରୁ

ଆଲୋଚନା ଜୋର ଧରିଲାଣି ବୋଲି ସମଗ୍ର ମାହାଙ୍ଗାରେ ଚର୍ଚ୍ଚା ଧରିଛି, ଏହି ସମ୍ବେଦନ ଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ ଆଇନ ଗତ କରାଜ୍ୟନୁଷ୍ଠାନ ଗ୍ରହଣ କରିବାକୁ ପିଡିତା ପରିବାର ଦାବି କରିଛନ୍ତି l

Exit mobile version