Home ଓଡ଼ିଶା ନିମାପଡା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସମୀର ଦାସଙ୍କୁ ଶକ୍ତ ଝଟକା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବିଜେଡି ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଶେଷକରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବିଜେଡିରୁ ଟିକେଟ ବଞ୍ଚିତ ହେବା ପରେ ବିଜେପିକୁ ଯାଇଥିବା ସମୀର ଦାସଙ୍କ ପାଇଁ ଏକ ଲଜ୍ଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନୁଷ୍ଠିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟରେ ଦୁଇ ତୃତୀୟାଂଶ ଭୋଟ ନପଡିବାରୁ ପ୍ରସ୍ତାବଟି ଖାରଜ ହୋଇଯାଇଛି । ତେଣୁ ଅଧ୍ୟକ୍ଷ ପଦରେ ଥିବା ବିଜୁ ଜନତା ଦଳର ସସ୍ମିତା ସାହୁ ପଦ ବଜାୟ ରଖିବା ନିଶ୍ଚିତ ହୋଇଯାଇଛି । ଅନାସ୍ଥା ପ୍ରସ୍ତାବ କାଟ ଖାଇବା ବିଜୁ ଜନତା ଦଳ ପାଇଁ ଗୋଟିଏ ବଡ଼ ବିଜୟ ବୋଲି ବିବେଚନା କରାଯାଉଥିଲା ବେଳେ ଭାରତୀୟ ଜନତା ପାର୍ଟି, ବିଶେଷକରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବିଜେଡିରୁ ଟିକେଟ ବଞ୍ଚିତ ହେବା ପରେ ବିଜେପିକୁ ଯାଇଥିବା ସମୀର ଦାସଙ୍କ ପାଇଁ ଏକ ଲଜ୍ଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ, ୧୧ ସଦସ୍ୟ ଏନଏସିରେ ୮ ଜଣ ସଦସ୍ୟ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଆଜି ଅନୁଷ୍ଠିତ ଅନାସ୍ଥା ଭୋଟରେ ୮ଟି ଭୋଟର ଆବଶ୍ୟକ ହେଉଥିଲା । କିନ୍ତୁ, ଅନାସ୍ଥା ଭୋଟ ବିପକ୍ଷରେ ସାତଟି ଭୋଟ ପଡିଥିଲା ବେଳେ ଗୋଟିଏ ଭୋଟ ନାକଚ ହୋଇ ଯାଇଥିଲା । ବିଜୁ ଜନତା ଦଳ ତରଫରୁ ଦିଆଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ବିଭିନ୍ନ ପଦରେ ଥିବା ବ୍ୟକ୍ତିଙ୍କୁ ପ୍ରଲୋଭନ ମାଧ୍ୟମରେ ପଦଚ୍ୟୁତ କରିବା ପାଇଁ ହୀନ ଉଦ୍ୟମ କରିଆସୁଛି ବିଜେପି । ବିଜେପିର ଏହି ଉଦ୍ୟମ ଆଜି ପଣ୍ଡ ହୋଇଯାଇଛି । ବିଜେପିର ଏହି ଅନୈତିକ କାର୍ଯ୍ୟ ପଦାରେ ପଡିବା ସଙ୍ଗେ ସଙ୍ଗେ ଆଗାମୀ ଦିନ ପାଇଁ ଏହା ଏକ ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି । Categories: ଓଡ଼ିଶା, ପୁରୀ, ରାଜନୀତି, ହୋମ୍ Related Content ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026 ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana August 10, 2026 ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026