Home ଓଡ଼ିଶା ଭୁବନେଶ୍ୱରରେ ଆମାଜନ ଡଟ ଇନ୍ରେ ହୋମ୍ : କିଚେନ୍ ଓ ଆଉଟଡୋର ବ୍ୟବସାୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆମାଜନ ଡଟ୍ ଇନ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ଓ ଭୁବନେଶ୍ୱରରେ ହୋମ୍, କିଚେନ୍ ଏବଂ ଆଉଟଡୋର ବ୍ୟବସାୟରେ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୧୫% ବୃଦ୍ଧି ଘଟିଛି, ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ ଅନ୍ଲାଇନ ଡେଷ୍ଟିନେଶନରେ ସପିଙ୍ଗ୍ କରିଛନ୍ତି । ଏହି ଅଂଚଳରେ କ୍ରୀଡ଼ା ଓ କ୍ରୀଡ଼ା ଉପକରଣର ଚାହିଦା ବଢ଼ିବାରେ ଲାଗିଛି । ଓଡ଼ିଶାରେ ଗ୍ରାହକଙ୍କ ମଧ୍ୟରେ କ୍ରିକେଟ ଏକ ପ୍ରିୟ ଖେଳ ହୋଇ ରହିଥିବା ବେଳେ କ୍ରିକେଟ୍ ଗିୟରରେ ବାର୍ଷିକ ୮୦% ରୁ ଅଧିକ ଅଭିବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ବ୍ୟାଡମିଂଟନ, ଟେନିସ ଓ ଟେବୁଲ ଟେନିସ ସମେତ ରାକେଟ୍ ସ୍ପୋର୍ଟରେ ବାର୍ଷିକ ଆଧାରରେ ପ୍ରାୟ ୧୫୦% ବୃଦ୍ଧି ଘଟିଛି, ଯାହା ଆଉଟଡୋର ସ୍ପୋର୍ଟସ ଉପରେ ଅଧିକ ଧ୍ୟାନକୁ ଦର୍ଶାଉଛି । ଏହି ଅବସରରେ ଆମାଜନ ଇଣ୍ଡିଆର ହୋମ, କିଚେନ୍ ଆଣ୍ଡ ଆଉଟଡୋର ବିଭାଗର ନିର୍ଦ୍ଦେଶକ କେ ଏନ୍ ଶ୍ରୀକାନ୍ତ କହିଛନ୍ତି, “ଆମାଜନ ଡଟ୍ ଇନରେ ଗ୍ରାହକଙ୍କ ସନ୍ତୋଷ ଆମର ସର୍ବୋଚ୍ଚ ପ୍ରାଥମିକତା । ‘ହର ମୁସ୍କାନ୍ କି ଅପନି ଦୁକାନ”ରେ ପରିଣତ ହେବାର ଆମର ଲକ୍ଷ୍ୟ ଦ୍ୱାରା ପ୍ରେରିତ ହୋଇ ଆମେ ଆମାଜନ ଡଟ୍ ଇନର ହୋମ୍ ଆଣ୍ଡ କିଚେନ୍ ଏକ୍ସପେରିଏନ୍ସ ଏରିନାକୁ ଭୁବନେଶ୍ୱର ସହରରେ ଆରମ୍ଭ କରିବା ପାଇଁ ଉତ୍ସାହିତ ରହିଛୁ । ସମସ୍ତ ସପିଂ ଆବଶ୍ୟକତା ପାଇଁ ଗ୍ରାହକମାନେ ଆମାଜନ ଡଟ୍ ଇନ ପ୍ରତି ଯେଉଁ ବିଶ୍ୱାସ ଦେଖାଇଛନ୍ତି ସେଥିରେ ଆମେ ଅଭିଭୂତ । ସାରା ଓଡ଼ିଶା ଏବଂ ଭୁବନେଶ୍ୱରରେ ହୋମ୍, କିଚେନ୍ ଏବଂ ଆଉଟଡୋର ବର୍ଗରେ ବାର୍ଷିକ ପ୍ରାୟ ୨୫% ଅଭିବୃଦ୍ଧି ଘଟିଛି । ଏହାବ୍ୟତୀତ, ଆମେ ଗ୍ରାହକମାନଙ୍କୁ ନିରନ୍ତର ଉଦ୍ଭାବନ, ଉତ୍ପାଦର ବ୍ୟାପକ ଚୟନ, ସୁଲଭ ବିକଳ୍ପ ଏବଂ ଘରେ ବସି ସପିଂ କରିବାର ସୁବିଧା ପ୍ରଦାନ କରିବାକୁ ଉତ୍ସର୍ଗୀକୃତ ରହିଛୁ ।” ଭୁବନେଶ୍ୱରରେ ଗ୍ରାହକମାନେ ପରିବେଶ ପ୍ରତି ଅଧିକ ସଚେତନ ହେଉଛନ୍ତି । ଏହି ଧାରା ସୋଲାର ପ୍ରଡକ୍ଟରେ ବାର୍ଷିକ ୫୦% ରୁ ଅଧିକ ଅଭିବୃଦ୍ଧି ଘଟାଇଛି ଏବଂ ଓଡ଼ିଶାରେ ସୋଲାର ପ୍ୟାନେଲ ବାର୍ଷିକ ଆଧାରରେ ୨ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଏହାବ୍ୟତୀତ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମାଜନ ଡଟ୍ ଇନ ଏବେ ଓଡ଼ିଶାର ୧୦ରୁ ଅଧିକ ସହରରେ ୯ଟି ଇଭି ବ୍ରାଣ୍ଡ ଉପଲବ୍ଧ କରୁଛି । ଗତ ଜୁଲାଇ ମାସରେ ଭୁବନେଶ୍ୱରରେ ବଜାଜ ଚେତକ ଓ ହିରୋ ଭିଡା ଭଳି ନାମୀ ଦାମୀ ବ୍ରାଣ୍ଡରୁ ପ୍ରତି ଦୁଇ ଦିନରେ ଅତି କମରେ ଗୋଟିଏ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି ହୋଇଥିଲା । ବଡ଼ ଫର୍ଣ୍ଣିଚର ବର୍ଗରେ ଭୁବନେଶ୍ୱରରେ ବାର୍ଷିକ ପ୍ରାୟ ୩୦% ଅଭିବୃଦ୍ଧି ଘଟିଥିବା ବେଳେ ସୋଫା ସେଟ୍, ମ୍ୟାଟ୍ରେସ୍ ଓ ୱାର୍ଡରୋବ୍ ଭଳି ପ୍ରିମିୟମ୍ ସାମଗ୍ରୀରେ ୪୦% ବୃଦ୍ଧି ଘଟିଛି । ସାରା ରାଜ୍ୟରେ ଟିଭି ୟୁନିଟ୍ଗୁଡ଼ିକର ବିକ୍ରିରେ ୯୦%ର ଚମତ୍କାର ଅଭିବୃଦ୍ଧି ଘଟିଛି, ଯାହା ପ୍ରିମିୟମ୍ ଲାଇଫ୍ଷ୍ଟାଇଲ ପ୍ରଡକ୍ଟର ଚାହିଦାକୁ ପ୍ରତିଫଳିତ କରୁଛି । ସେହିପରି ଓଡ଼ିଶାରେ ବାଥରୁମ ଫିଟିଂର ଚାହିଦା ବାର୍ଷିକ ୮୦ ପ୍ରତିଶତ ବୃଦ୍ଧି ପାଇଛି । ଏହାବ୍ୟତୀତ ରାଜ୍ୟରେ ଏୟାର ପ୍ୟୁରିଫାୟର ବିକ୍ରିରେ ୫୦% ଅଭିବୃଦ୍ଧି ଘଟିଛି । ଓଡ଼ିଶାରେ ୱାଲ୍ ପେଂଟ୍ ଭଳି ଉଦୀୟମାନ ବର୍ଗ ୧୨୦% ବୃଦ୍ଧି ପରିଲକ୍ଷିତ କରିଛି । ଏହାବ୍ୟତୀତ କ୍ଲିନିଙ୍ଗ୍ ସପ୍ଲାଇ ପାଇଁ ଚାହିଦାରେ ୧୦୦%ର ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘଟିଛି । ଓଡ଼ିଶା କନେକ୍ଟେଡ ମୋବିଲିଟି ଡିଭାଇସରେ ଚମତ୍କାର ଅଭିବୃଦ୍ଧି ପରିଲକ୍ଷିତ କରିଥିବା ବେଳେ ଡ୍ୟାସ୍ କ୍ୟାମ୍ ଏବଂ ଜିପିଏସ୍ ଟ୍ରାକର ବିକ୍ରିରେ ବାର୍ଷିକ ୫୦୦% ବୃଦ୍ଧି ଘଟିଛି । ଲକ୍ଷ୍ନୌ, ଚଣ୍ଡିଗଡ଼, ଡେରାଡୁନ୍ ଏବଂ ଇନ୍ଦୋରରେ ହୋମ୍ ଆଣ୍ଡ କିଚେନ୍ ଏକ୍ସପେରିଏନ୍ସ ଏରିନାର ସଫଳ ସଂସ୍କରଣ ପରେ ଆମାଜନ ଡଟ୍ ଇନ ଭୁବନେଶ୍ୱରରେ ଆୟୋଜିତ ଏକ ଦିନିକିଆ ପ୍ରତିଯୋଗିତାରେ ମଧ୍ୟ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରିଥିଲା, ଯେଉଁଠାରେ ଫର୍ଣ୍ଣିଚର, ହୋମ୍ ଏସେନ୍ସିଆଲ୍ସ, କିଚେନ୍ ଆଣ୍ଡ ଆପ୍ଲାଏନ୍ସ, ହୋମ୍ ଡେକୋର୍ ଏବଂ ଲାଇଟିଂ, ସ୍ପୋର୍ଟସ୍ ଆଣ୍ଡ ଫିଟନେସ୍, ଇଲେକ୍ଟ୍ରିକ୍ ଯାନ, ଅଟୋ ଆକ୍ସେସରିଜ୍, ଆଉଟଡୋର୍ ଏବଂ ଗାର୍ଡେନିଂ ବର୍ଗରେ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀରେ ଆମାଜନ ଇଣ୍ଡିଆର ନେତୃତ୍ୱଙ୍କ ସହ କଥାବାର୍ତା କରିବା ସମୟରେ ଗଣମାଧ୍ୟମ ଏବଂ ଅଂଶୀଦାରମାନେ ସେମାନଙ୍କ ପ୍ରିୟ ବ୍ରାଣ୍ଡ ଏବଂ ଉତ୍ପାଦଗୁଡ଼ିକୁ ଅନୁଭବ କରିବାର ସୁଯୋଗ ପାଇଥିଲେ । ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଏହା ଆମାଜନ ଡଟ୍ ଇନର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଭାରତର ସବୁଠାରୁ ପ୍ରିୟ ବଜାର ଭାବରେ, ଆମାଜନ ଡଟ୍ ଇନ ରାଜ୍ୟ ଏବଂ ଦେଶରେ ସ୍ଥାନୀୟ ଷ୍ଟୋର୍ ଏବଂ ଏମଏସଏମଇ ସହିତ ନୂତନ ଉପକରଣ, ଜ୍ଞାନକୌଶଳ, ଉଦ୍ଭାବନ ଏବଂ ପଦକ୍ଷେପ ଆଣିବା ଜାରି ରଖିବ ଯାହା ଭାରତୀୟ ବ୍ୟବସାୟର ଉଦ୍ୟୋଗୀ ଭାବନାକୁ ଉନ୍ମୋଚନ କରିବ । ରାଜ୍ୟରେ ଅନଲାଇନ ମାର୍କେଟପ୍ଲେସରେ ୫୧ଜଣ ସର୍ଭିସ ପାର୍ଟନର, ୫୨ ଡେଲିଭରୀ ଷ୍ଟେସନ ଏବଂ ପ୍ରାୟ ୧୬,୦୦୦ ସେଲର ରହିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍ Related Content Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026 ଦକ୍ଷତା ବିକାଶକୁ ନେଇ ବିଜେପି ସରକାରଙ୍କୁ ବିଜେଡିର ତୀବ୍ର ସମାଲୋଚନା by Proprietor Abhimanyu Maharana October 15, 2026