୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମର ସମସ୍ତ ପ୍ରତିନିଧିମାନଙ୍କୁ ଆସନ୍ତାକାଲି ଭୁବନେଶ୍ୱରଠାରେ ହେବାକୁ ଥିବା ଭାରତୀୟ ହକି ଟିମ୍ ର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ । କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ପ୍ୟାରିସ୍ ଅଲମ୍ପିକ୍ସ – ୨୦୨୪ ରେ କାଂସ୍ୟ ପଦକ ଜିତି ଭାରତୀୟ ହକି ଟିମ୍ ଆମ ଦେଶପାଇଁ ସୁନାମ ଅର୍ଜନ କରିଛନ୍ତି । ଭାରତୀୟ ହକି ଦଳର ଏହି କାଂସ୍ୟପଦକ ଏକ ଦୃଢ଼ନିଷ୍ଠ, ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ ପ୍ରଦାନ କରିଛି । ଏହି ବିଜୟ ଆଜି ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ୍ମାନଙ୍କୁ ପ୍ରେରଣା ଯୋଗାଇ ଦେଇଛି।

