ଜୀବନ ଅସହ୍ୟ ; ଦେହରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ଯାଜପୁର :- କରୋନା ଯୋଗୁଁ ଯୁବକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ । ଯାଜପୁର ଜିଲ୍ଳା ଦଶରଥପୁର ବ୍ଲକର ମଙ୍ଗଳପୁର ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି। କରୋନା ଯୋଗୁଁ ଲୋକେ ହାତ ବାନ୍ଧି ଘରେ ବସିଛନ୍ତି। ଠିକ୍ ସେହିପରି ମଙ୍ଗଳପୁର ଅଞ୍ଚଳରେ ଶଙ୍କର୍ଶନ ସାହୁ ମଧ୍ୟ କରୋନା ଯୋଗୁଁ ଘରେ ବସିଛନ୍ତି। ତାଙ୍କ ବସୟ ୩୩ ବର୍ଷ। ନୂଆ କରି ବିବାହ କରିଥିବା ସଙ୍କର୍ଶନ ଋଣ କରି ନୂଆ ଅଟୋ ଟେ କିଣିଥିଲେ । ଆଶା ଥିଲା, ସେଥିରୁ ଯାହା ରୋଜଗାର କରିବେ, ସେଥିରେ ଅଟୋ ଋଣ ସୁଝିବେ ଆଉ ପରିବାର ଚଳାଇବେ । ହେଲେ କରୋନା ତାଙ୍କର ସ୍ବପ୍ନ ଧୂଳିସାତ କରିଦେଲା । ଏବେ ଘରେ ଅଟୋ ପଡି ରହିଛି । କରୋନା ଯୋଗୁଁ ଘରେ ଅଟୋ ପଡି ରହିଛି । ଗାଡି ଚଳାଚଳନ ହୋଇ

ପାରୁନାହିଁ । ଏପଟେ ସ୍ତ୍ରୀ ଗର୍ଭବତୀ । ଘର ଖର୍ଚ୍ଚ କିପରି ତୁଲାଇବେ ଏବଂ ସ୍ତ୍ରୀଙ୍କ ଖର୍ଚ୍ଚ କିପରି ବହନ କରିବେ। ଏନେଇ ପରିବାର ଭିତରେ ଅଶାନ୍ତି ଲାଗି ରହିଥିଲା । ବେରୋଜଗାର ହୋଇ ଘରେ ବସିଥିବା ଶଙ୍କର୍ଶନ ସବୁବେଳେ ଚିନ୍ତାରେ ରହୁଥିଲେ । ଆଜି ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ବଚସା ହେବାରୁ ଶଙ୍କର୍ଶନ ରାଗରେ ନିଜ ଦେହରେ ନିଆଁ ଲୂଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାଙ୍କର ଶରୀର ଉପର ଭାଗ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ସଙ୍କାଟପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି( ରିପୋର୍ଟ -ଦୀପ୍ତିମାନ ପତି )

Exit mobile version