ଓସା ପକ୍ଷରୁ ପ୍ରାକ ପ୍ରସ୍ତୁତି ବୈଠକ

୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୋରଡ଼ା :-> ଓଡ଼ିଶା ସୁଚନା ଅଧିକାର ଅଭିଯାନ (ଓସା) ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ମୋରଡା ଠାରେ ଜିଲ୍ଲା ସ୍ତରୀୟ ସୂଚନା ଓ ମାନବାଧିକାର ଆଇନ ସମ୍ପର୍କରେ କର୍ମଶାଳା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶା ସୂଚନା ଅଧିକାର ଅଭିଯାନ ମୟୂରଭଞ୍ଜ ଜିଲ୍ଲା ଶାଖା ଆବାହକ ସନ୍ତୋଷ ମହାନ୍ତି ଙ୍କ ସଭାପତିତ୍ବରେ ମୋରଡା ସିଦ୍ଧି ବିନାୟକ ମଣ୍ଡପରେ ଆଗାମୀ ୨୨ସେପ୍ଟେମ୍ବର୨୦୨୪ରେ ଓସା ପକ୍ଷରୁ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଏବଂ ମାନବାଧିକାର ଆଇନ ସମ୍ପର୍କରେ ହେବାକୁ ଥିବା କର୍ମଶାଳାର ଆୟୋଜନ ନିମନ୍ତେ ବିସ୍ତୃତ ଆଲୋଚନା ହେଇଥିଲା ।

ଏଥିରେ ଓଡିଶା ସୂଚନା ଅଧିକାର ଅଭିଯାନ ର ସଦସ୍ୟ ମୋରଡା ବ୍ଲକ ଆବାହକ ମହେଶ୍ବର ମହାନ୍ତି, ଦୟାନିଧି ମହାନ୍ତ, ସୈାରଭ ରଞ୍ଜନ ମହାନ୍ତି, ବିବେକାନନ୍ଦ ବିନ୍ଧାଣି, ସଚ୍ଚିଦାନନ୍ଦ ଧଳ, ଜିତେନ୍ଦ୍ର ମାର୍ଣ୍ଡି, ସନ୍ତୋଷ କୁମାର ବେହେରା, ପୂର୍ଣ୍ଣ ଚନ୍ଦ୍ର ବେହେରା, ଆଶିଷ ବସା, ଶିକ୍ଷାବିତ ତଥା ସମାଜସେବୀ ସୋମନାଥ ସିଂ,

ଶୁଶାନ୍ତ କୁମାର ଦାସ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ଓଡ଼ିଶା ସୁଚନା ଅଧିକାର ଅଭିଯାନ (ଓସା)ର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଯୋଗ ଦେବେ ସହ ଜିଲ୍ଳାର ସମସ୍ତ ବ୍ଲକ ଆବାହକ, ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହିବେ। ପରିଶେଷରେ ମୋରଡା ଥାନା ପରିସରରେ ଓସା ପକ୍ଷରୁ ଥାନା ଅଧିକାରୀଙ୍କ ସହଯୋଗ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

Exit mobile version