Home ଓଡ଼ିଶା ୨୧ତମ “ପଶୁ ସମ୍ପଦ ଗଣନା -୨୦୨୪”: ପର୍ଯ୍ୟଵେକ୍ଷକ ଏବଂ ଗଣନାକାରୀଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଆସନ୍ତା ସେପ୍ଟେମ୍ବର ୧ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ “ପଶୁ ସମ୍ପଦ ଗଣନା -୨୦୨୪” ୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ୨୧ତମ “ପଶୁ ସମ୍ପଦ ଗଣନା -୨୦୨୪” ରେ ନିୟୋଜିତ ପର୍ଯ୍ୟଵେକ୍ଷକ ଏବଂ ଗଣନାକାରୀଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଦିନ ବାରିପଦା ସ୍ଥିତ ଜିଲ୍ଲା ପ୍ରାଣୀ ଚିକିତ୍ସାକେନ୍ଦ୍ର ଠାରେଅନୁଷ୍ଠିତ ହୋଇଯାଇଛି। ସୂଚନା ଥାଉକି, ଏହି ପ୍ରଶିକ୍ଷଣ ସମୟରେ ପର୍ଯ୍ୟଵେକ୍ଷକ ଏବଂ ଗଣନାକାରୀ ମାନଙ୍କୁ ପ୍ରଣିଧାନ ଆକଳନ, ବର୍ଗ, ପ୍ରାଣୀଗଣନା, ଉତ୍ପାଦନ, ଯୋଜନା ସମେତ ପ୍ରାଣୀଧନ ଅବିବୃଦ୍ଧି ବିଷୟରେ ସୂଚନା କିପରି ସଂଗ୍ରହ କରିବେ ତତ୍ସହିତ ମୋବାଇଲ ଆପର ବ୍ୟବହାର ସମେତ ପ୍ରାଣୀଙ୍କ ପ୍ରଜାତି ସମ୍ବନ୍ଧୀୟ ସୂଚନା କିଭଳି ଠୁଳ କରିବେ ସେ ବିଷୟରେ ବରିଷ୍ଠ ବିଶେଷଜ୍ଞ ମାନେ ଆଲୋକପାତ କରିଥିଲେ। ଏହି ପ୍ରଶିକ୍ଷଣ ଆସନ୍ତା ୧ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇ ୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟରେ ପ୍ରଶିକ୍ଷଣ ନେଇଥିବା ଜିଲ୍ଲାର ୨୬୮ ଜଣ ପର୍ଯ୍ୟଵେକ୍ଷକ ଏବଂ ଗଣନାକାରୀ ୩୯୮୨ ଟି ଗ୍ରାମ ଓ ୭୦ଟି ୱାର୍ଡ ବୁଲି ପଶୁ ସମ୍ପଦ ଗଣନାର ସବିଶେଷ ସୂଚନା ଗ୍ରହଣ କରିବେ। ଏହି ସର୍ବେକ୍ଷଣ ଘର ରୁ ଘର ବା ଡୋର ଟୁ ଡୋର କ୍ୟାମ୍ପେନ ମାଧ୍ୟମରେ ହେବ।ସୂଚନାନୁସାରେ ଆଗାମୀ ୪ଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଜିଲ୍ଲାର ୪ଟି ଉପଖଣ୍ଡର ସମସ୍ତ ପର୍ଯ୍ୟଵେକ୍ଷକ ଏବଂ ଗଣନାକାରୀଙ୍କୁ ନେଇ ଅନୁଷ୍ଠିତ ହେବ। ଆଜିର ଏହି ଶିବିରକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ କଳ୍ପତରୁ ସ୍ୱାଇଁ ଏବଂ ଜିଲ୍ଲା ନୋଡାଲ ଅଫିସର ଡଃ ଭାଗବତ ଘୋଷ ପରିଚାଳନା କରିଥିବା ବେଳେ, ଏହି ଶିବିରରେ ୮୮ଜଣ କର୍ମକର୍ତ୍ତା ପ୍ରଶିକ୍ଷଣ ନେଇଥିଲେ। ଆଗାମୀ ଚାରି ଦିନ ହେବାକୁ ଥିବା ଏହି ଶିବିରରେ ସମସ୍ତ “ପଶୁ ସମ୍ପଦ ଗଣନା -୨୦୨୪” ରେ ନିୟୋଜିତ ପର୍ଯ୍ୟଵେକ୍ଷକ ଏବଂ ଗଣନାକାରୀଙ୍କୁ ତାଲିମ ଦିଆଯିବ ଏବଂ ଜିଲ୍ଲାରେ ଏହି ସର୍ବେକ୍ଷଣକୁ ବ୍ୟାପକ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026