ଫରିସ୍ଥା ଭବନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା  :->  ଦଶପଲ୍ଲା ଫରିସ୍ତା ଭବନ ରେ ଆଜି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ବଡ ଧୁମ୍ ଧାମ ରେ ପାଳନ କରା ଯାଇଥିଲା । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ମହୋଦୟ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଏନ୍ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ଓ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗ ଦେଇଥିଲେ ।

ବ୍ରହ୍ମା କୁମାରୀ କୁନି ଭଉଣୀ ଓ ଜୟନ୍ତୀ ଭଉଣୀ ସେମାନଙ୍କୁ ତଥା ସମସ୍ତ ଭାଇ ଭଉଣୀ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ପ୍ରାୟ ୨୦୦ ବ୍ରହ୍ମା କୁମାର କୁମାରୀ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।ସେହିପରି ବ୍ରହ୍ମ କୁମାରୀ କୁନି ଭଉଣୀ ଓ ଜୟନ୍ତୀ ଭଉଣୀ ନୂଆଗାଁ ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ,ତହସିଲଦାର ହେମନ୍ତ କୁମାର ନାୟକ ଏବଂ ଅଗ୍ନିଶମ ଅଧିକାରୀ ଅମିୟ କୁମାର ପ୍ରଧାନ ଙ୍କୁ ରାକ୍ଷୀ ବାନ୍ଧିଥିଲେ ।

Exit mobile version