ବାହାଡାଝୋଲା ବନ ବିଭାଗ ବନରକ୍ଷୀ କର୍ମଚାରୀ ନିରୁଦ୍ଦିଷ୍ଟ

୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭାପୁର :-> ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ଭାପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନମୋହନ ସାମନ୍ତରାୟଙ୍କ ପୁଅ ବିଶ୍ୱଜିତ୍ ସାମନ୍ତରାୟ ନୂଆଗାଁ ବ୍ଲକ ବାହାଡାଝୋଲା ବନ ବିଭାଗ କାର୍ଯ୍ୟାଳୟରେ ବନରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି । ମାତ୍ର, ସେ ଗତ ୯ ତାରିଖ ଦିନ ବହାଡାଝୋଲା ଗ୍ରାମରୁ ଓଡ଼ଗାଁ ଅଞ୍ଚଳକୁ ଆସି କୌଣସି ସ୍ଥାନରେ ରାତ୍ରୀଯାପନ କରିଥିଲେ

ଏବଂ ୧୦ ତାରିଖ ଦିନ ବସ୍ ଯୋଗେ କଟକ ଯାଇଥିବା ନେଇ ସ୍ଥାନୀୟ ଲୋକ ଦେଖିଥିବାର ସୂଚନା ଦେଇଛନ୍ତି। କଟକ ଯିବାଠାରୁ ୨/୩ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ମୋବାଇଲ କାର୍ଯ୍ୟ କରିଥିଲା , ମଝିରେ ମଝିରେ ଅନ୍ୟ ଭାଷାରେ କୌଣସି ବ୍ୟକ୍ତି ପରିବାର ସହିତ କଥା ହୁଅନ୍ତି କିନ୍ତୁ, ତାପରେ ଫୋନଟି ବନ୍ଦ ହୋଇଥିବାରୁ ଆଉ ଯୋଗାଯୋଗ ସମ୍ଭବ ହୋଇ ପାରୁନାହିଁ।

ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୨ ଦିନ ହେଲା ତାଙ୍କର କୌଣସି ସନ୍ଧାନ ମିଳୁ ନ ଥିବାବେଳେ ପରିବାର ପକ୍ଷରୁ ଆଶା ଓ ଆଶଙ୍କାରେ ରହିବା ସହ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ତାଙ୍କର ନିରୁଦିଷ୍ଟ ନେଇ ପରିବାର ପକ୍ଷରୁ ବାହାଡ଼ାଝୋଲା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । କୌଣସି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଇଲେ ନିକଟସ୍ଥ ଥାନା କିମ୍ବା ବାହାଡ଼ାଝୋଲା ଫାଣ୍ଡି ଅଧିକାରୀଙ୍କ ନଂ ୯୩୩୭୫୭୮୯୦୯ ଓ ପରିବାର ନଂ ୮୮୯୫୭୨୧୮୪୩, ୭୨୦୫୨୯୧୩୭୧ଫୋନ୍ ନମ୍ୱରରେ ଜଣେଇବା ପାଇଁ ତାଙ୍କ ବାପା ଅନୁରୋଧ କରିଛନ୍ତି ।

Exit mobile version