୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡ଼ଚଣା :-> ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପ୍ରଜାପତି ବ୍ରହ୍ମକୁମାରୀ ବିଶ୍ୱ ବିଦ୍ୟାଳୟ ଛତିଆ ଶାଖା ପକ୍ଷରୁ ରକ୍ଷା ବନ୍ଧନ ପାଳନ କରାଯାଇଛି ସାରା ଭାରତ ବର୍ଷରେ ପରମ୍ପରା ଅନୁସାରେ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ, କିନ୍ତୁ ଏଠାରେ ଏକ ନିଆରା ପରମ୍ପରା ଚାଲିଆସିଛି, କେବଳ ଭଉଣୀ ଭାଇକୁ ନୁହେଁ ସମସ୍ତ ଭାଇ, ଭଉଣୀ, ମା, ଏବଂ କୁନି କୁନି ପିଲା ଏଠାରେ ରାକ୍ଷୀ ବାନ୍ଧିଥିଲେ,
ଶିକ୍ଷାବିତ ଅଶୋକ କୁମାର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦ୍ଘାଘାନ କରିଥିଲେ ବ୍ରହ୍ମକୁମାରୀ କୁସୁମ ଭଉଣୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ବ୍ରହ୍ମା କୁମାର ଅମୁଲ୍ୟ ଭାଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ବ୍ରହ୍ମ କୁମାରୀ ସରିତା ଭଉଣୀ ସଭା ସଞ୍ଚାଳନ କରିଥିଲେ,
ସେବକ ଜରାନିବାସର ଅଧ୍ୟକ୍ଷ୍ୟ ସୁରେଶ ବିଶ୍ୱାଳ, ଛତିଆ ସମାଜସେବୀ ସଙ୍ଗଠନର ସଭାପତି ସୌମ୍ୟରଞ୍ଜନ ବେହେରା, ଦୟାନିଧି ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ରଦାସ,ଅଧ୍ୟାପିକା ବିଜୟ ଲଷ୍ମୀ ବି କେ ଅନାଦି,ବିକେ କିଶୋର, ବିକେ ବାବାଜୀ,ବିକେ ନିରଞ୍ଜନ, ବିକେ ଭାଗ୍ୟଧର, ବିକେ ସନ୍ତୋଷ ଓ ବିକେ ଅନପୂର୍ଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
