୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଭିଆଇପି ରୋଡ ସ୍ଥିତ ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲ ଆନୁକୁଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ପ୍ରାକୃତିକ ପରିସ୍ଥିତିରେ କେବଳ ପରିବେଶବିତ ବା ପ୍ରକୃତି ପ୍ରେମୀ ନୁହଁନ୍ତି ଛୋଟ ପିଲାମାନେ ମଧ୍ୟ କ୍ଷୟଗ୍ରସ୍ତ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ l ଏହି ବିଷୟକୁ ପାଥେୟ କରି ବିଦ୍ୟଳୟର ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ସ୍ରୁଷ୍ଟି ଓ ବୃକ୍ଷ ରୋପଣକୁ ଏକ ପ୍ରକଳ୍ପ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି l
