Home ଓଡ଼ିଶା ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠା ଗ୍ରାମ ଠାରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ରାଣୀ ପେଣ୍ଠ ଗ୍ରାମ କୃଷି କ୍ଷେତ୍ର ଠାରେ କୃଷକ ଭାଇ ମାନଙ୍କୁ ନେଇ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କୃଷକ ଭାଇ ମାନଙ୍କୁ ଧୂପ ଦୀପ, ଚନ୍ଦନ ଓ ପୁଷ ରେ ବନ୍ଦା ପନା କରାଯିବା ସହିତ ଉପଢୌକନ ଦିଆଯାଇ ସେମାନଙ୍କୁ ସମ୍ମାନିତ କରାଯାଇ ଥିଲା । ଏବଂ କୃଷକ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ର ଶୁଭ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ ଅଧ୍ୟକ୍ଷତା କରି କହିଥିଲେ ଯେ କୃଷକ ମାନେ ହେଉଛନ୍ତି ଆମ ଦେଶର ଅନ୍ନ ଦାତା । ଦେଶର ଉନ୍ନତି ଓ ପ୍ରଗତି ର ମୁଖ୍ୟ ନାୟକ, ସେମାନଙ୍କ ର ସୁରକ୍ଷା ଆମ ସମସ୍ତଙ୍କ ର କର୍ତ୍ତବ୍ୟ । ଉପଦେଷ୍ଟା ଶ୍ରୀମତି ଭାଗ୍ୟ ଲକ୍ଷୀ ନାୟକ କହିଥିଲେ ଯେ ସଂସ୍କୃତି ଓ ପରମ୍ପରା କାର୍ଯ୍ୟକ୍ରମ କୃଷକ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ଖୁସି ହେଲୁ । ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର କହିଥିଲେ ଯେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ତେଣୁ କୃଷି କ୍ଷେତ୍ର ରେ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧି ଖୁସି ମନାଇଲୁ । ଆକାଂକ୍ଷା ମହିଳା ସଙ୍ଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ କହିଥିଲେ ଯେ କୃଷକ ହେଉଛନ୍ତି ଏ ଦେଶ ର ପ୍ରକୃତ ବନ୍ଧୁ ଓ ଭାଇ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବାସହିତ କିଛି ସମୟ କୃଷି କ୍ଷେତ୍ରରେ ବିତାଇ ଥିବାରୁ ଖୁସି ଲାଗିଲା । ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ସଦସ୍ୟ କବିତା ମଲ୍ଲିକ,କେ ପାର୍ବତୀ,କେ ସୁମିତ୍ରା ଉପସ୍ଥିତ ରହି ସହଯୋଗ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026