Home ଓଡ଼ିଶା ନିମାପଡା NAC ଅଧକ୍ଷା ଙ୍କ ବିରୁଦ୍ଧରେ ପ୍ରାୟୋଜିତ ଅନାସ୍ଥା ଫୁସ୍କିଗଲା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ବହୁ ଚର୍ଚ୍ଚିତ ନିମାପଡ଼ା ଏନଏସି ଅନାସ୍ଥା ନାଟକର ପରିସମାପ୍ତି ଘଟିଛି। କୌଣସି ରଣକୌଶଳ କାମକରିନି। ଶେଷରେ ଗାଦି ରକ୍ଷା କରିଛନ୍ତି ଅଧ୍ୟକ୍ଷା ସସ୍ମିତା ସାହୁ। ଉପ ଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ଏନଏସି ସମ୍ମିଳନୀ କକ୍ଷରେ ଦିନ ୧୧ଟା ସମୟରେ ଅନୁଷ୍ଠିତ ହୋଇଥିଲା ଅନାସ୍ଥା ଭୋଟ୍। ପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୧ ଜଣ ସଭ୍ୟଙ୍କ ମଧ୍ୟରୁ ୨ଜଣ ଅନୁପସ୍ଥିତ,ଜଣେ ଭୋଟ ବର୍ଜନ,ଗୋଟେ ଭୋଟ ନାକଚ ହୋଇଥିଲା ବେଳେ ୭ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଦୁଇ ତୃତୀୟାଂଶ ଅର୍ଥାତ ୧୧ ଜଣରୁ ୮ଜଣଙ୍କ ଆବଶ୍ୟକ ଥିବାବେଳେ ଅନାସ୍ଥା ସପକ୍ଷରେ ୭ଜଣ ଭୋଟ ଦେଇଥିଲେ । ପ୍ରକାଶ ଥାଉକି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଗତ ପାଇଁ ଗତ ୧୨ ତାରିଖରେ ପରିଷଦର ୮ଜଣ କାଉନସିଲର ଜିଲ୍ଲାପାଳଙ୍କୁ ଆବେଦନ କରିଥିଲେ ଏବଂ ୨୦ ତାରିଖରେ ଭୋଟ୍ କରାଯିବ ବୋଲି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଥିଲେ । ଅର୍ଥ ପ୍ରଲୋଭନର ଶିକାର ନହୋଇ କିମ୍ବା ମତ ପରିବର୍ତ୍ତନ ନକରିବା ପାଇଁ ୮ଜଣ କାଉନସିଲର ୪ଦିନ ପୂର୍ବରୁ ଅଜ୍ଞାତ ସ୍ଥାନରେ ରହିଥିଲେ । ସକାଳ ୧୦.୩୦ରେ ସମସ୍ତେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ଆସି ଏନଏସି ଅଫିସରେ ପହଞ୍ଚିଥିଲେ । ଠିକ ୧୧ଟା ୫ରେ ଭୋଟ୍ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ମାତ୍ର ୨୫ ମିନିଟ ଭିତରେ ଫଳାଫଳ ଜଣା ଯାଇଥିଲା । ୭ଟି ଭୋଟ ଅନାସ୍ଥା ସପକ୍ଷରେ ଏବଂ ଗୋଟିଏ ଭୋଟ୍ ନାକଚ ହୋଇଛି ବୋଲି ଉପଜିଲ୍ଲାପାଳ ଜଣାଇଥିଲେ । ଏହା ଅନ୍ୟାୟ ବିରୁଦ୍ଧରେ ସତ୍ୟର ଜୟ ହୋଇଛି ବୋଲି ଅଧ୍ୟକ୍ଷା ସସ୍ମିତା ସାହୁ କହିଛନ୍ତି । ପୌରବାସୀ ଆମ ଉପରେ ଯେଉଁ ଆଶା ବିଶ୍ୱାସ ରଖିଛନ୍ତି, ଏନଏସିର ଯେଉଁ କାମ ସବୁ ଅଧୁରା ଅଛି ସେସବୁ ଆମେ ପୁରା କରିବୁ ବୋଲି ଅଧ୍ୟକ୍ଷାଙ୍କ ପ୍ରତିନିଧି ଲୋକନାଥ ସାହୁ ଜଣାଇଛନ୍ତି । ଅଧ୍ୟକ୍ଷାଙ୍କ ବିଜୟ ପରେ ଶତାଧିକ ବିଜେଡ଼ି କର୍ମୀ ଏନଏସି ଅଫିସ ନିକଟରେ ପହଞ୍ଚି ବିଭିନ୍ନ ସ୍ଲୋଗାନ ଦେଇ ବିରାଟ ଶୋଭାଯାତ୍ରା କରି ବଜାର ପରିକ୍ରମା କରିଥିଲେ। ଏହାର ପ୍ରଭାବ ଗୋପ ବ୍ଲକ ରେ ମଧ୍ୟ ଦେଖିବାକୁ ମିଳିଥିଲା l ସନ୍ଧ୍ୟା ରେ ଗୋପ ବସଜାର ରେ ପ୍ରାୟ ତିନି ଘଣ୍ଟା ଧରି ଅତସବାଜୀ ଅନୁଷ୍ଠିତ ହୋଇଥିଲା l Categories: ଓଡ଼ିଶା, ପୁରୀ, ହୋମ୍ Related Content ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026 ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana August 10, 2026 ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026