୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି ଓଡ଼ିଶାର ୨୫ ଜଣ ଛାତ୍ରଛାତ୍ରୀ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଇଛନ୍ତି । ଓଡ଼ିଶାର ୫ ଟି ଜିଲ୍ଲାରୁ ଯାଇଥିବା ଛାତ୍ରଛାତ୍ରୀ ମହାମହିମ ରାଷ୍ଟ୍ରପତିଙ୍କୁ ହାତ ତିଆରି ରାକ୍ଷୀ ବାନ୍ଧିଛନ୍ତି । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ସହ ରକ୍ଷା ବନ୍ଧନ କେବଳ ଭାଈ-ଭଉଣୀଙ୍କ ମଧ୍ୟରେ ନୁହେଁ ବରଂ ଦେଶର ସୀମା ସୁରକ୍ଷାରେ ମୁତୟନ ଥିବା ଯବାନଙ୍କ ସହ ମଧ୍ୟ ପାଳନ କରିବା ଉଚିତ୍ ।
