Home ଓଡ଼ିଶା କୋଣାର୍କରେ ରାଷ୍ଟ୍ରୀୟ କଳା ମହୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ପ୍ରାଚୀନ କାଳରୁ ଓଡ଼ିଶାର କୋଣ ଅନୁକୋଣରେ ପ୍ରଚଳିତ ଵହୁଵିଧ ଲୋକକଳା, ଲୋକନୃତ୍ୟ ଓ ଲୋକ ସଂଗୀତ ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ପରିପୁଷ୍ଟ କରିଆସିଛି। ପାଶ୍ଚାତ୍ୟ ସଂସ୍କୃତିର ପ୍ରତିକୂଳ ପ୍ରଭାବ ସତ୍ତ୍ୱେ ପୁରୁଷ ପୁରୁଷ ବ୍ୟାପି ଲୋକ କଳାକାରମାନେ ଓଡ଼ିଆ ଅସ୍ମିତାକୁ ଵଞ୍ଚାଇ ରଖିଛନ୍ତି ବୋଲି କୋଣାର୍କରେ ଆୟୋଜିତ ରାଷ୍ଟ୍ରୀୟ କଳା ମହୋତ୍ସବରେ ବିଦ୍ୱାନମାନେ ମତବ୍ୟକ୍ତ କରିଛନ୍ତି। ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ମହାସଂଘ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୬ଶହ ଲୋକ କଳାକାର ଯୋଗଦେଇ ଲୋକନୃତ୍ୟ ଓ ଲୋକସଂଗୀତ ପରିବେଷଣ କରିଥିଲେ। କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତିଙ୍କ ପୌରୋହିତ୍ୟରେ ଆୟୋଜିତ ମହୋତ୍ସବକୁ ଅଖିଳ ଭାରତ ବ୍ରାହ୍ମଣ ମହାସଭାର ସଭାପତି ମହନ୍ତ ପର୍ଶୁରାମ ଦାସଜୀ ମହାରାଜ ଉଦ୍ଘାଟନ କରିଥିଲେ। ଏହି ରାଷ୍ଟ୍ରୀୟ କୋଣାର୍କ ଲୋକ କଳା ମହୋତ୍ସବରେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ମୁଖ୍ୟ ଅତିଥିରୂପେ ଯୋଗଦେଇ ଲୋକକଳାକୁ ଉଜ୍ଜୀବିତ ରଖିଥିବା କଳାକାରମାନଙ୍କ ଜୀବିକାର ଉନ୍ନତି ନିମନ୍ତେ ସଂପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ସଚେତନ ରହିଥିବା ପ୍ରକାଶ କରିଥିଲେ। ମହୋତ୍ସବରେ ସାହିତ୍ୟିକ ଡକ୍ଟର ରଜନୀ ରଂଜନ ଦାସ ମୁଖ୍ୟବକ୍ତା ଏଵଂ ସମ୍ମାନୀତ ଅତିଥିରୂପେ ପ୍ରାଚୀ ଗଵେଷକ ହଂସନାଥ ସାହୁ, ସମାଜସେବୀ ମିହିର ପଟ୍ଟନାୟକ, ଆଇନଜୀବୀ ସୁମନ୍ତ ସ୍ୱାଇଁ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଆଇନଜୀବୀ ହରେକୃଷ୍ଣ ମହାନ୍ତି, ସମାଜସେବୀ ଅଜୟ ମୁଦୁଲି, ବିଶ୍ବହିନ୍ଦୁ ପରିଷଦର ପୁରୀ ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ମହାନ୍ତି ଓ କୋଷାଧ୍ୟକ୍ଷ ପ୍ରଵୀର କୁମାର ଜେନା ଯୋଗଦେଇ ଲୋକ କଳାକାରମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର ସଂଗଠନର କାର୍ଯ୍ୟଧାରା ଓ ମହୋତ୍ସବ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲା ବେଳେ ମହାସଂଘର ସମ୍ପାଦକ ବିନୋଦ କୁମାର ଭୋଇ ବିବରଣୀ ପାଠ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅଵସରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଯାଦୁକର ଵିଧୁଭୂଷଣ ନାୟକ ଚମତ୍କାର ଯାଦୁବିଦ୍ୟା ପ୍ରଦର୍ଶନ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ମହାସଂଘ ପକ୍ଷରୁ ମୁଖ୍ୟ ଅତିଥି ସାସଂଦ ଶ୍ରୀ ତରାଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କୃତଵିଦ୍ୟ ଲୋକ କଳାକାରମାନଙ୍କୁ କଳିଙ୍ଗ କଳା ସମ୍ମାନ ପ୍ରଦାନପୂର୍ଵକ ସମ୍ଵର୍ଦ୍ଧନା ଜ୍ଞାପନ କରିଥିଲେ। ଉପସ୍ଥାପକ ଦେବେନ୍ଦ୍ରନାଥ ସେନାପତି ଓ କ୍ଷଣପ୍ରଭା ମହାନ୍ତିଙ୍କ ସଂଯୋଜନାରେ ବିପିନ ବିହାରୀ ଦାସଙ୍କ ଲିଖିତ ଓ ବିଶିଷ୍ଟ କଳାକାରମାନଂକ ଦ୍ବାରା ଆକର୍ଷଣୀୟ ନାଟକ ଧର୍ମପଦ, ପରିବେଷଣ କରାଯିବା ସମେତ,ଲୋକନୃତ୍ୟ ସମ୍ବଲପୁରୀ, ଡାଲଖାଇ, ଝୁମର, ଛଉ, ସଂଚାର ବାଦ୍ୟ, ଘୋଡାନାଚ, ଓଡିଶୀ ଓ ଆଦିବାସୀ ନୃତ୍ୟ, ପାଲା ଆଦି ବିଭିନ୍ନ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିଵେଷଣ କରାଯାଇଥିଲା । ଆୟୋଜିତ ମହୋତ୍ସବକୁ ମହାସଂଘର ଉପସଭାପତି ପ୍ରସନ୍ନ କୁମାର ପାତ୍ର, ଅମିଲ ପୁଟେଲ୍, କାର୍ଯ୍ୟକାରୀ ସଭାପତି ନନ୍ଦକିଶୋର ସାହୁ, ସାଂସ୍କୃତିକ ସଂପାଦିକା ଜ୍ୟୋସ୍ନାରାଣୀ ନାୟକ , ରାଜ୍ୟ ସଂଯୋଜକ ଚନ୍ଦ୍ର ଶେଖର ସାମଲ, ଉନ୍ନୟନ ସଂପାଦକ ବିଜନ ମହାନ୍ତି, ପଶ୍ଚିମ ଓଡ଼ିଶା ସଂଗଠକ ମୀନକେତନ ପ୍ରଧାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଧୁଭୁଷଣ ନାୟକ, ଜିଲ୍ଲା ନିର୍ଦ୍ଦେଶକ ବାସୁଦେବ ପଧାନ, ପୁରୀ ଜିଲ୍ଲା ସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତି, ସଂପାଦକ ଶୋର୍ଣ୍ଣ ଲତା ଦଳେଇ, ଖୋର୍ଦ୍ଧା ଜିଲ୍ଲା ସଭାପତି ସସ୍ମିତା ପ୍ରଧାନ,ଜିଲ୍ଲା ସମ୍ପାଦକ ସସ୍ମିତା ସାମନ୍ତରାୟ, କାର୍ଯ୍ୟକାରୀ ଅଧିକାରୀ ନିକୁଞ୍ଜ କାପା , ଜିଲ୍ଲା ସଭାପତି ଗୋଲାପ ଜେନା ପ୍ରମୁଖ ଯୋଗ ଦେଇ ସଫଳତା ପ୍ରଦାନ କରିଥିଲେ । ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ ପ୍ରତି ବର୍ଷ ଗାଁ ଗହଳିରେ ଲୁକ୍କାୟିତ ଭାବେ ରହିଥିବା କଳାକାରମାନଙ୍କୁ ଆବିଷ୍କୃତ କରି ଲୋକଲୋଚନକୁ ଆଣି ସରକାରଂକ ନିକଟରେ ପରିଚିତ କରାଇବା ମହାସଂଘର ଲକ୍ଷ , ଉଦ୍ଦେଶ୍ୟ ଅଟେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026 ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana August 10, 2026 ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026 Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026