ପୁରୀ ପୁଣି ଅଶାନ୍ତ : ଦିବ୍ୟାଙ୍କ ହରି କୁ ମରଣାତ୍ମକ ଆକ୍ରମଣ

୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ସହର ପୁଣି ହୋଇଛି ଅଶାନ୍ତ | କେତେକ ଯୁବକ ଖଣ୍ଡି ହରି କୁ ମରଣାତ୍ମକ ଆକ୍ରମଣ କରିଥିବା ଜଣାପଡିଛି | ପୁରୀ ଟାଉନ ଥାନା ଅନ୍ତର୍ଗତ ହାଡଗୋଡ଼ିଆ ସାହି ରାଧାଗୋବିନ୍ଦ ଲେନ ର ଦିବ୍ୟାଙ୍ଗ ହରିହର ସାହୁ ଙ୍କୁ ଏଭଳି ଅମାନୁଷିକ ଆକ୍ରମଣ ହୋଇଛି | ଘଟଣାସ୍ଥଳ ରକ୍ତ ରେ ହୋଇଛି ଜୁଡୁବୁଡୁ | ଅପରାଧୀ ମାନଙ୍କ ଏହା ପୋଲିସ ପ୍ରତି ଖୋଲା ଚ୍ୟାଲେଞ୍ଜ ବୋଲି ସହରରେ ଆଲୋଚନା ହେଉଛି | ପୂର୍ବ ଶତ୍ରୁତା କୁ ନେଇ ଏହି ଆକ୍ରମଣ ହୋଇଥିବା ପୋଲିସ କହିଛି |

ଘଟଣା ସ୍ଥଳ ରେ ଟାଉନ ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି | ଗୁରୁତର ଆହତ ହରି କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବା ରୁ ହରି କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି | ଏ ସମ୍ପର୍କରେ ସିଟି ଡ଼ିଏସପି ପ୍ରଶାନ୍ତ ସାହୁ କହିଛନ୍ତି ଯେ ଗତ ୮ ତାରିଖରେ ଦିନେଶ ଖୁଣ୍ଟିଆ ହତ୍ୟାକାଣ୍ଡ ସହ ଲିଙ୍କ ରହିଥିବା ଅନୁମାନ କରାଯାଉଛି | ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସହର ପୁରୀ ରେ ଏଭଳି ଘଟଣା କୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି |

Exit mobile version