ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରରେ ରାକ୍ଷୀ ପୂର୍ଣ୍ଣିମା

୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ପରିସରରେ ଜାପାନ ମହିଳାମାନେ ସେଣ୍ଟର ର ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ଶ୍ରୀ ଦାଶ ଜାପାନୀ ପର୍ଯ୍ୟଟକମାନକୁ ଓଡ଼ିଶା ର ଏହି ପବିତ୍ର ରାକ୍ଷୀପର୍ବର ପରମ୍ପରା ସଂପର୍କରେ ଜାପାନୀ ଭାଷାରେ ଅନୁବାଦ କରି ଶୁଣାଇଥିଲେ l

ସେମାନଙ୍କୁ ଅବଗତ କରାଇବା ପରେ ସେମାନେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ। ଏହି ଅବସରରେ ସେଣ୍ଟରରେ ରହିଥିବା ସମସ୍ତ ସଦସ୍ୟଙ୍କ ହସ୍ତରେ ରାକ୍ଷୀ ବାନ୍ଧିଥିଲେ। ଅନ୍ୟପକ୍ଷରେ ଓଡ଼ିଶାର ଏତିହ୍ୟ, କଳା ଓ ସଂସ୍କୃତିକୁ ଦେଖି ଆନନ୍ଦିତ ହୋଇଥିଲେ। ଭାଇ ଓ ଭଉଣୀ ପବିତ୍ର ବନ୍ଧନର ସାକ୍ଷୀ ରାଖୀ ପୂର୍ଣ୍ଣିମାରେ ସୁଦୂର ଜାପାନରୁ ଆସି ପର୍ଯ୍ୟଟକ ମାନେ ସାମିଲି ହୋଇ ନିଜକୁ ବହୁତ ଖୁସି ପ୍ରକଟ କରିଥିବା ନେଇ ସେଣ୍ଟର ସଭାପତି ଶ୍ରୀ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Exit mobile version