ଏସ୍‌ସିଏସ୍‌ଟିଆର୍‌ଟିଆଇରେ ଭର୍ଚୁଆଲ୍‌ ଜବ୍‌ ରେଡିନେସ୍‌ ସ୍କିଲ୍‌ କାର୍ଯ୍ୟକ୍ରମ

ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ‘ଜବ୍‌ ରେଡିନେସ୍‌ ସ୍କିଲ୍‌’ ଶୀର୍ଷକ ଦୁଇଗୋଟି ଭର୍ଚୁଆଲ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟର ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୨ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ୨୦ ବର୍ଷରୁ ୩୫ ବର୍ଷ ବୟସର ଶିକ୍ଷିତ ବେରୋଜଗାର ଯୁବକ ଯୁବତୀ ମାନେ ଜୁମ୍‌ ଆପ୍‌ ମାଧ୍ୟମରେ ଅଂଶଗ୍ରହଣ କରୁଛନ୍ତି । ଏଥିରେ ୪୧ ଜଣ ସଫଳ ଭାବେ ଅଂଶଗ୍ରହଣ କରିଥିଲେ । ଆଜି ଆରମ୍ଭ ହୋଇଥିବା ଦ୍ୱିତୀୟ କାର୍ଯ୍ୟକ୍ରମରେ ପ୍ରାୟ ୪୦ ଜଣ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମ ମାଧ୍ୟମରେ ୯ଟି ପ୍ରମୁଖ ବିଷୟ-୧-ସେଲଫ୍‌ ଆସେସ୍‌ମେଣ୍ଟ ଆଣ୍ଡ ସିଲେକ୍‌ସନ୍‌ ଅଫ୍‌ ସୁଇଟେବୁଲ୍‌ ଜବ୍‌, ୨- ଉଦ୍ୟୋଗ ଉ ପରେ ସଚେତନତା, ୩- ଚାକିରି ଦକ୍ଷତା ପ୍ରସ୍ତୁତିରେ ବିକାଶ କୌଶଳ, ୪- ଇଣ୍ଟରନେଟ୍‌ ମାଧ୍ୟମରେ କର୍ମନିୟୋଜନର ଅନେ୍ୱଷଣ, ୫- କର୍ମନିୟୋଜନ ସଂପର୍କୀୟ

ସଫଫ ସ୍କିଲ୍‌ ଡେଭ୍‌ଲ ପ୍‌ମେଣ୍ଟ, ୬- ସଫଫ ସ୍କିଲ୍‌ ଡେଭ୍‌ଲ ପ୍‌ମେଣ୍ଟ, ୭- ଇଣ୍ଟରଭୁ୍ୟ ନିମନ୍ତେ ପ୍ରସ୍ତୁତି, ୮- ଇଣ୍ଟରନେଟ୍‌ ଓ ମିଡିଆରେ ଚାକିରି ଖୋଜିବା ପ୍ରକ୍ରିୟା ଏବଂ ୯- ଚାକିରି ପ୍ରସ୍ତୁତି ନିମନ୍ତେ ଏଫ୍‌.ଏ.କୁ୍ୟ ଆଦି ୯ଟି ପ୍ରମୁଖ ବିଷୟରେ ୫ ଜଣ ଅତିଥି ବକ୍ତା ଓ ଅନୁଷ୍ଠାନର ଅଧିକାରୀ ପ୍ରଶିକ୍ଷାର୍ଥୀ ମାନଙ୍କ ସହିତ ଜୁମ୍‌ ମାଧ୍ୟମରେ ଆଲୋଚନା କରିଥିଲେ । ପ୍ରଶିକ୍ଷାର୍ଥୀ ମାନଙ୍କୁ ଦୁଇଟି କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସମସ୍ତ ଶିକ୍ଷଣୀୟ ରିଡିଙ୍ଗ ମ୍ୟାଟେରିଆଲ୍‌, ପାଓ୍ୱାର ପଏଣ୍ଟ ପ୍ରେଜେଣ୍ଟେସନ୍‌, ଇ-ସାର୍ଟିଫିକେଟ୍‌ ପ୍ରଦାନ ସହିତ ସଫଳ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରତ୍ୟେକଙ୍କୁ ୫୦୦ ଟଙ୍କା ଲେଖାଏଁ ଷ୍ଟାଇପଣ୍ଡ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ପ୍ରଥମ କାର୍ଯ୍ୟକ୍ରମ ଅଗଷ୍ଟ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ସାଂପ୍ରତିକ କରୋନା ପରିସ୍ଥିତିରେ ଏହିଭଳି କାର୍ଯ୍ୟକ୍ରମ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଯୁବକ ଯୁବତୀ ମାନଙ୍କ ନିମନ୍ତେ ବେଶ୍‌ ଉପାଦେୟ ହେବ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡକଫର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

Exit mobile version